ପଇଦାପାଟଣାରେ ଏଏନଏମ କେନ୍ଦ୍ରକୁ ନେଇ ତୀବ୍ର ଉତ୍ତେଜନା

ପଇଦାପାଟଣାରେ ଏଏନଏମ କେନ୍ଦ୍ରକୁ ନେଇ ତୀବ୍ର ଉତ୍ତେଜନା।
ସରପଞ୍ଚଙ୍କ ବିରୋଧରେ ଜନଆକ୍ରୋଶ। ପଞ୍ଚାୟତ ଘେରାଉ, ଲୋକଭୟରେ ଆସିଲେନି ସରପଞ୍ଚ।

ଘଟଗାଁ ବ୍ଲକ ଅନ୍ତର୍ଗତ ପଇଦାପାଟଣା ଗ୍ରାମ ପଞ୍ଚାୟତରେ ଏଏନଏମ କେନ୍ଦ୍ର ସ୍ଥାନ ପରିବର୍ତ୍ତନକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଛି। ଗ୍ରାମ ସଭା ଓ ପଲ୍ଲୀ ସଭା ବିନା ଏକତରଫା ଭାବେ ସ୍ଥାନ ପରିବର୍ତ୍ତନ ଚେଷ୍ଟା ହେଉଥିବାରୁ ସମଗ୍ର ପଞ୍ଚାୟତରେ ତୀବ୍ର ଜନଆକ୍ରୋଶ ଦେଖାଦେଇଛି।


ଏଥିପାଇଁ ପଇଦାପାଟଣା ଗ୍ରାମ ପଞ୍ଚାୟତ ର, ପଇଦାପାଟଣା, ଖୁଣ୍ଟାପଡା, ହଳଧରପୁର,ଶଗଡିଆ, ଖଳଦୁମା ଆଦି ଗ୍ରାମର ଶତାଧିକ ଲୋକ ସରପଞ୍ଚ ଙ୍କ ଅନ୍ୟାୟ ଏବଂ କୁଶ୍ଚିତ ରାଜନୀତି ବିରୁଦ୍ଧରେ ପ୍ଲାକାର୍ଡ ପ୍ରଦର୍ଶନ କରି ପଞ୍ଚାୟତ ର ସମସ୍ତ ଗାଁ ରେ ରାଲି ପ୍ରଦର୍ଶନ ସହିତ ଗ୍ରାମ ପରିକ୍ରମା କରିଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ଯେ, ପୂର୍ବରୁ ସମ୍ମତି ହୋଇଥିବା ସ୍ଥାନକୁ ଅଣଦେଖା କରି କିଛି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏଏନଏମ କେନ୍ଦ୍ରକୁ ଅନ୍ୟ ସ୍ଥାନକୁ କରାଇବା ପାଇଁ ଚକ୍ରାନ୍ତ ହେଉଛି। ଗତ ସପ୍ତାହରେ ପଞ୍ଚାୟତର ସମସ୍ତ ଗ୍ରାମର ଲୋକମାନେ ଏକତ୍ରିତ ହୋଇ ସରପଞ୍ଚଙ୍କୁ ଲିଖିତ ଆବେଦନ ଦେଇ ବିରୋଧ ଜଣାଇଥିଲେ।
ଗ୍ରାମବାସୀମାନେ ବିଡିଓ ଓ ଜିଲ୍ଲାପାଳଙ୍କୁ ତତ୍କାଳ ହସ୍ତକ୍ଷେପ କରି ଘଟଣାର ସଠିକ ତଦନ୍ତ କରିବାକୁ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନହେଲେ ସାଧାରଣ ଲୋକଙ୍କ ମନରୁ ସରକାରୀ ବ୍ୟବସ୍ଥା ପ୍ରତି ଆସ୍ଥା ନଷ୍ଟ ହେବ ବୋଲି ସେମାନେ ସତର୍କ କରିଛନ୍ତି।


ପ୍ରତିବାଦକାରୀମାନଙ୍କ ଅଭିଯୋଗ ଯେ, ଅଶିକ୍ଷିତ ଓ ସରଳ ଗ୍ରାମବାସୀଙ୍କୁ ନେଇ ଏଏନଏମ କେନ୍ଦ୍ରକୁ ନେଇ ରାଜନୀତି କରାଯାଉଛି, ଯାହା ଗ୍ରାମର ଉନ୍ନତି ଓ ଲୋକହିତ ବିରୋଧୀ।
ଦାବି ପୂରଣ ନହେଲେ ଆଗାମୀ ଦିନରେ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ସଚେତନ କରିଛନ୍ତି।ଲୋକମତକୁ ଅବହେଳା କରି କୌଣସି ଉନ୍ନତି ସମ୍ଭବ ନୁହେଁବୋଲି ସାଧାରଣ ରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।
ଘଟଗାଁ ରୁ ମନୋଜ କୁମାର ପାତ୍ର ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *