ପଥଭ୍ରଷ୍ଟ କରାଉଛି ଗଞ୍ଜେଇ ଚାଷ

ଅବାଧ ଗଞ୍ଜେଇ ଚାଷ ବିରୋଧରେ ସଚେତନ ବୈଠକ ସହ ୯ ହଜାର ଗଜେଇ ଗଛ ପୋଡ଼ି ନଷ୍ଟ କରିଛି ପୋଲିସ ଓ ପ୍ରଶାସନ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ ପ୍ରକାରେ ଗୁଡ଼ାରୀ ତହସିଲଦାର ଏ. ସେହଳତା ଏବଂ ଗୁଣୁପୁର ଏସ.ଡ଼ି.ପି.ଓ. ବାବୁଲି ନାୟକଙ୍କ ନେତୃତ୍ୱରେ ଗୁଡ଼ାରୀ ଥାନା ପକ୍ଷରୁ ଆଜି କଦମା ଗ୍ରାମପଞ୍ଚାୟତର ମଧୁକୁପୁଡ଼ା ଓ ସାକାରବାଜୁ ଗ୍ରାମରେ ଅବାଧ ଗଞ୍ଜେଇ ଚାଷ ବିରୋଧରେ ଏକ ସଚେତନ କାର୍ଯ୍ୟକ୍ରମ କରାଯାଇଛି।

ତତ୍ପରେ କର୍ଲାଗୁଡ଼ି, ନୂଆ ଗ୍ରାହୀବନ୍ଦ, ଗୁମି ଅଞ୍ଚଳରେ ୧ ଏକର ଜମିରେ କରାଯାଇଥିବା ଅବାଧ ଗଂଜେଇ ଚାଷ ଜମିରୁ ପ୍ରାୟ ୯ ହଜାର ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରିଥିବା ସହ ଗୁଡ଼ାରୀ ଥାନା କେସ ନମ୍ବର ୧୧୦, ୧୧୧ ଓ ୧୧୨ ɴᴅᴩꜱ 𝚊𝚌𝚝 ରେ ଏକ ମାମଲା ପଞ୍ଜିକରଣ କରାଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତୀ ସମର୍ପିତା ସ୍ୱାଇଁ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମ ଅବସରରେ ଅବକାରୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ᴏꜱꜱꜰ ଗୁଡ଼ାରୀ ଏବଂ ଗୁଡ଼ାରୀ ଥାନାର ଅଧିକାରୀ, ଆରକ୍ଷୀ ଓ ଗୃହରକ୍ଷୀ ମାନଙ୍କ ଉପସ୍ଥିତରେ ସମ୍ପନ୍ନ କରାଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତୀ ସମର୍ପିତା ସ୍ୱାଇଁ ସୂଚନା ପ୍ରଦାନ କରିଥିଲେ।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *