ପରିବହନ ବିଭାଘର କାର୍ଯ୍ୟରେ ଅବହେଳା ଯୋଗୁଁ ବଡ ଧରଣର ଦୁର୍ଘଟଣା ଘଟୁଛି

ପରିବହନ ବିଭାଘର କାର୍ଯ୍ୟରେ ଅବହେଳା ଯୋଗୁଁ ବଡ ଧରଣର ଦୁର୍ଘଟଣା ଘଟୁଛି। ସରକାରଙ୍କର ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହେଉଛି। ସାଧାରଣ ଲୋକଙ୍କର ବିନକାରଣରେ ଧନ ଓ ଜୀବନ ନଷ୍ଟ ହେଉଛି। ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି ” ସରକାର ତୁମେ ସଚେତନ ହୁଅ “।
ମା ମାଝୀଗୌରୀ ମନ୍ଦିର ନିକଟ ୩୨୬ ରାଜପଥ ଯାହାକି ରାୟଗଡାରୁ ଆନ୍ଧ୍ର ପ୍ରଦେଶ ଯାଇଅଛି। ଉକ୍ତ ରାଜପଥରେ ଏକ କୋଇଲା ବୋଝଇ ଟ୍ରକ ସହ ପିକପ ଗାଡି ଧକା ହେବା ଫଳରେ ଗାଡି ଦୁଇଟି ଜଳିଯାଇଛି। ପିକପ ଗାଡି ର ଡ୍ରାଇଭର ସାମନ୍ୟ ଆହତ ହେଇଛନ୍ତି l ଘଟଣା ପ୍ରକାଶ ପରେ ତୁରନ୍ତ ଅଗ୍ନିଶମ କର୍ମଚାରୀ ମାନେ ଆସି ଉଦ୍ଧାର କାର୍ଯ୍ୟ କରିଥିଲେ। ଘଟଣା ଘଟିବା ପରେ ଆନ୍ଧ୍ର ଓଡିଶା ରାଜପଥରେ ଯିବା ଆସିବା ବନ୍ଧ ହେଇଯାଇଥିଲା l ଗାଡି ଦୁଇଟି ସମ୍ପୂର୍ଣ ଜଳିଯାଇଥିଲା।
ରାୟଗଡାରୁ ମନୋରଞ୍ଜନ ଶତପଥୀ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *