ପର୍ଯ୍ୟଟନ ସ୍ଥଳ ମୁକିଲିଙ୍ଗା ପାହାଡ

ଜିଲ୍ଲାର ଘୁ : ଉଦୟଗିରି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମୁକିଲିଙ୍ଗା ପାହାଡ଼ ଏବେ ପାଲଟିଛି ଯୁବ ପିଢ଼ି ଓ ପର୍ଯ୍ୟଟକମାନଙ୍କର ସେଲିଫି ପୋଏଣ୍ଟ। ପର୍ବ ପର୍ବାଣୀ ଓ ଛୁଟି ଦିନ ହେତୁ ଅନେକ ଲୋକ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପରିବାର ସହ ବୁଲିବା ପାଇଁ ଆସୁଛନ୍ତି।


ତଥାପି, ପାହାଡ଼ ଶୀର୍ଷ ଓ ସେଲ୍ସି ଓ ଫଟୋ ନେବା ମାନବୀୟ ଉତ୍ସାହ ଏବେ ବିପଦକୁ ଆମନ୍ତ୍ରଣ ଦେଉଛି। ବହୁ ପର୍ଯ୍ୟଟକ ନିଜ ମୋବାଇଲ୍‌ରେ ଏହି ସୁନ୍ଦର ମୁହୂର୍ତ୍ତକୁ କୋଇଦ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସୁରକ୍ଷା ସତର୍କତାକୁ ଅଣ ଦେଖା କରୁଛନ୍ତି।


ପର୍ଯ୍ୟଟନ ବିଭାଗ ଓ ସ୍ଥାନୀୟ ପ୍ରଶାସନଙ୍କ ଦ୍ବାରା ଯଥାପ୍ରାପ୍ତ ସତର୍କ ସୂଚନା ଓ ସୁରକ୍ଷା ବ୍ୟବସ୍ଥା ଦିଆଯିବା ଆବଶ୍ୟକ। କିନ୍ତୁ କେତେକ ପର୍ଯ୍ୟଟକ ଏହାକୁ ଅବହେଳା କରୁଛନ୍ତି। ଏହା ଫଳରେ ଅନାପେକ୍ଷିତ ଦୁର୍ଘଟଣା ଘଟିବା ଆଶଙ୍କା ବଢ଼ିଯାଇଛି।


ସ୍ଥାନୀୟ ଲୋକମାନେ ଓ ପର୍ଯ୍ୟଟନ ପ୍ରେମୀମାନେ ଅନୁରୋଧ କରିଛନ୍ତି ଯେ, ମୁକିଲିଙ୍ଗା ପରି ସୁନ୍ଦର ପ୍ରାକୃତିକ ସ୍ଥଳକୁ ଉପଭୋଗ କରିବା ସହ ସୁରକ୍ଷାକୁ ସର୍ବପ୍ରଥମେ ଗୁରୁତ୍ବ ଦେବା ଆବଶ୍ୟକ। ସେଲ୍ଫି ନେବା ପାଇଁ ଜୀବନକୁ ବିପଦରେ ରଖୁବା ଅଜ୍ଞାନତା ସହିତ ଅସାବଧାନତାର ଚିହ୍ନ ଅଟେ।


ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *