ଓଡିଶା କଳା ସଂସ୍କୃତି ମହାମଞ୍ଚ ପକ୍ଷରୁ ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରେ ଆୟୋଜିତ ଅନ୍ତଃରାଜ୍ୟ ନୃତ୍ୟ ଉତ୍ସବ ଅନୁଷ୍ଠିତ। ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବାଠାରୁ ବାହୁଡା ପର୍ଯ୍ୟନ୍ତ ପୁରୀରେ କଳାକାର ମାନଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ,ଗୀତ ଓ ପାରମ୍ପାରିକ ନାଚର ମାହୋଲ ଅନୁଷ୍ଠିତ ହୋଇଥାଏ। ଏହା ହେଉଛି ଜଗନ୍ନାଥଙ୍କର ଲୀଳାଖେଳା।
ପୁରୀ ବଡଦାଣ୍ଡସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ରାଜ୍ୟ ତଥା ସାରା ଦେଶରେ ତଥା ଦେଶ ବାହାରେ କଳା କ୍ଷେତ୍ର ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ( ଇଣ୍ଡିଆନ କଲଚର ଜୋନସ ), କଲଚରାଲ ଡେଭେଲପ ମେଣ୍ଟ ଫାଉଂଡେସନ ଓ ଓଡିଶା କଳା ସଂସ୍କୃତି ମହାମଞ୍ଚ ପକ୍ଷରୁ ମହାସମାରୋହରେ ନୃତ୍ୟ ଉତ୍ସବ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ଡ଼ଃ, ଉପେନ୍ଦ୍ର କୁମାର ଶର୍ମାଙ୍କ ସଭାପତିତ୍ବରେ ଉକ୍ତ କାର୍ଯ୍ୟକ୍ରମ କୁ ଓଡିଶା ରାଜ୍ୟ କଳାକାର ମହାସଂଘ ର ସଭାପତି ଚୈତନ୍ୟ ସାଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭ ଉଦ୍ଘାଟନ କରିଥିଲେ। ଦେଶ ଭିତରୁ,ଦେଶବାହାରୁ ଯଥା, ବାଙ୍ଗଲାଦେଶ, ଭୁଟାନ ଓ ନେପାଳ ରୁ ନୃତ୍ୟ ଶିଳ୍ପୀ ମାନଙ୍କୁ ଆଣି ଏକ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିବା ନିଶ୍ଚିତ ରୂପେ ଏକ ବଳିଷ୍ଠ ପଦକ୍ଷେପ ବୋଲି ଡ଼ଃ. ଶର୍ମା କହିଛନ୍ତି। ସରକାରଙ୍କର ଏ କ୍ଷେତ୍ର ରେ ଯଥେଷ୍ଟ ପ୍ରୋଛାହନ ରହିଛି ଏବଂ ଏହା ଜରିଆରେ ଏକ ଶାନ୍ତି – ମୈତ୍ରୀ ଓ ଭାଇଚାରା ଭାବ ସୃଷ୍ଟି ହେଉଛି ବୋଲି ଅତିଥିମାନେ ମତ ଦେୟିଥିଲେ।
କେବଳ ନୃତ୍ୟ ନୁହେଁ, ଦାସକାଟିଆ, ପାଲା ଭଳି ପାରମ୍ପରିକ ନୃତ୍ୟକୁ ମଧ୍ୟ ଲୋକ ଲୋଚନକୁ ଆଣିବାର ପ୍ରୟାସ ଏହି ଅନୁଷ୍ଠାନ ଜାରୀ ରଖିଛନ୍ତି। କଲଚରାଲ ଡେଭେଲପମେଣ୍ଟ ଫାଉଂଡେସନ ମଧ୍ୟ ଜାତିସଙ୍ଘ ସହ ଜଡିତ, ତେଣୁ ସାରା ବିଶ୍ୱ ରେ ଆମକଳା, ସଂସ୍କୃତି ର ଝଲକ ପ୍ରଚାର ଓ ପ୍ରସାର ଦିଗରେ ଆମେ ଯତ୍ନବାନ ବୋଲି ଡ଼ଃ. ଶର୍ମା ପ୍ରକାଶ କରିଛନ୍ତି। ଆମ ଅନୁଷ୍ଠାନରେ ପିଲାମାନେ ଯୁକ୍ତ ଦୁଇ, ଯୁକ୍ତ ତିନି ଶିକ୍ଷା ସହିତ ନୃତ୍ୟରେ ପିଏଚଡି ମଧ୍ୟ କରିପାରୁଛନ୍ତି। ଆମେ ଏହିଭଳି କାର୍ଯ୍ୟକ୍ରମ ଆଗକୁ ବହୁଳ ଭାବରେ ଜାରୀ ରଖିବୁ ବୋଲି ଡ଼ଃ ଶର୍ମା ଆମ ପ୍ରତିନିଧିଙ୍କୁ କହିଛନ୍ତି। ନୃତ୍ୟ ଶିଳ୍ପୀମାନେ ନିଜନିଜ ଅଞ୍ଚଳର ସୁନ୍ଦର ନୃତ୍ୟ ଦ୍ୱାରା ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ।
ପୁରୀରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ।