ପୋଲିସର ସଫଳତା

 

କୈବଲ୍ୟ ପ୍ରଧାନ ହତ୍ୟା ଘଟଣାର ସମସ୍ତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କଲା ମନମୁଣ୍ଡା ପୋଲିସ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୋହିପିଟା ପୋଖରୀ ନିକଟରେ ଗତ ୬ ତାରିଖ ଦିନ ଏକ ହତ୍ୟାକାଣ୍ଡ ଘଟିଥିଲା l ଏହି ଘଟଣା ରେ ଦୁର୍ବୃତ୍ତ ମାନେ ଦମାମୁଣ୍ଡା ଗ୍ରାମର କୈବଲ୍ୟ ପ୍ରଧାନ ଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ l ପୋଲିସ ଉକ୍ତ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିବା ସହ ହତ୍ୟା ରେ ସମ୍ପୃକ୍ତ ଥିବା ୪ ଜଣ ଯୁବକ ଙ୍କୁ ଗିରଫ କରିଛି l

ଗିରଫ ହତ୍ୟା କରୀମାନେ ହେଲେ ମନମୁଣ୍ଡା ଥାନା ଦମାମୁଣ୍ଡା ଗ୍ରାମର ଉମେଶ ସେଲମା ଓରଫ୍ ( ଚିଙ୍ଗୁରୁ )(୨୪),ରାଧାକାନ୍ତ ଭୋଇ ଓରଫ୍ ( ନାଗର )(୨୪), ରମାକାନ୍ତ ସେଲମା ଓରଫ୍ (କାଳିଆ)(୨୪) ଅନ୍ୟଜଣେ ଅଭିଯୁକ୍ତ କଲାସୁଲିଆ ଗ୍ରାମର ଅଜିତ ବାଘ ଓରଫ୍ (ମୋଟୁ)(୨୧) l ଏନେଇ ସୋମବାର ଦିନ ଏସପି ରାହୁଲ ଗୋୟଲ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି l ସୂଚନା ଅନୁସାରେ ଗତ ୬ ତାରିଖ ରାତିରେ ସମସ୍ତେ ମିଶି ରାତି ପ୍ରାୟ ସାଢେ ୯ ଟା ରେ ଭୋଜି ଭାତ କରିଥିଲେ l ସେହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା l ପରେ କୈବଲ୍ୟ ପ୍ରଧାନ ନିଜ ଘରକୁ ଫେରୁ ଥିବା ସମୟରେ ଅଭିଯୁକ୍ତ ମାନେ ପଥରରେ କୈବଲ୍ୟ କୁ ଆକ୍ରମଣ କରି ହତ୍ୟା କରି ଫେରାର ହୋଇଯାଇଥିଲେ l ସକାଳୁ ଗୋହିପିଟା ବନ୍ଧ ନିକଟରେ ଜଣେ ବ୍ୟକ୍ତି ର କ୍ଷତାକ୍ତ ମୃତ ଶରୀର ପଡ଼ିଥବା ପ୍ରଚାର ହୋଇଥିଲା l

ମୃତକ ପରିବାର ବର୍ଗ ସେଠାକୁ ଯାଇ ଶବ ଚିହ୍ନଟ କରିଥିଲେ l ପରେ ମୃତକ ଙ୍କ ସାନ ଭାଇ ଘୁଣ୍ଡୁ ପ୍ରଧାନ ବଡ଼ ଭାଇ କୈବଲ୍ୟ ଙ୍କୁ ଯୋଜନା ବଦ୍ଧ ଭାବରେ ଦୁର୍ବୃତ୍ତ ମାନେ ହତ୍ୟା କରି ତାଙ୍କ ବାଇକ୍ ଓ ମୋବାଇଲ୍ ଲୁଟ କରିଥିବା ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ l ଏନେଇ ମନମୁଣ୍ଡା ପୋଲିସ U/s -୧୦୩(୧)BNS ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି କରିଥିଲା l ପୋଲିସର ତଦନ୍ତରେ ସନ୍ଧନୀ କୁକୁର, ଡିଏଫଏସଏଲ ଟିମର ସାହାଯ୍ୟରେ ଘଟଣାରେ ୪ ଜଣ ଅଭିଯୁକ୍ତ ଥିବା ଜାଣିବାକୁ ପାଇଥିଲା l ପରେ ପୋଲିସ ତଦନ୍ତ କୁ ବ୍ୟାପକ କରି କଣ୍ଟାମାଳ ଅଗ୍ନିଶମ କର୍ମଚାରି ଙ୍କ ସହାୟତାରେ ପୋଖରୀରୁ କୈବଲ୍ୟ ଙ୍କ ବାଇକ୍ କୁ ଉଦ୍ଧାର କରିଥିଲା l ଏଥି ସହ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ମେଢ଼ା, ଗୋଟିଏ ପଥର, ମୋବାଇଲ ଫୋନ୍, ପୋଷାକ କୁ ମଧ୍ୟ ପୋଲିସ ଜବତ୍ କରିଥିବା ଏସପି ସୂଚନା ଦେଇଛନ୍ତି l ଘଟଣାକୁ ୧୨ ଘଣ୍ଟାନପୂରୁଣୁ ମନମୁଣ୍ଡା ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି l ଏହି ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ଲରେନ ରାଉତରାୟ, ମନମୁଣ୍ଡା ଥାନା ଅଧିକାରୀ ସସ୍ମିତା ମଗର ଉପସ୍ଥିତ ଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *