କଣ୍ଟାମାଳ ପୋଲିସର ହାତରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ l ଗଞ୍ଜେଇ ମାଫିଆ ମାନେ ଫେରାର l ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛିଯେ ଗଞ୍ଜେଇ ମାଫିଆ ଏବଂ ପୋଲିସ ବିଭାଗର ମଧୁଚନ୍ଦ୍ରିକା ଯୋଗୁ ଏହା ସମ୍ଭବ ହୋଇପାରିଛି।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଶାଲେପାଳି ଗ୍ରାମ୍ୟ ଜଙ୍ଗଲ ନିକଟରେ ଗଞ୍ଜେଇ ଚୋରାଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା I ଏହି ଖବର କୌଣସି ସୂତ୍ରରୁ କଣ୍ଟାମାଳ ଥାନା ଅଧିକାରୀ ଖବର ପାଇ ଥିଲେ I ଏହା ପରେ ଏକ ପୋଲିସ ଟିମ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ I ପୋଲିସ ଚଢାଉ କରୁଥିବା ଜାଣି ପାରି ଗଞ୍ଜେଇ ମାଫିଆ ମାନେ ଉକ୍ତ ସ୍ଥାନରୁ ଗଞ୍ଜେଇ ଛାଡ଼ି ଚମ୍ପଟ ମାରିଥିଲେ I ଘଟଣା ସ୍ଥଳରୁ ୨ କ୍ଵିଣ୍ଟାଲ ୬୦ କେଜି ୪୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା କଣ୍ଟାମାଳ ପୋଲିସ I ଏନେଇ କଣ୍ଟାମାଳ ଥାନାରେ ୨୧୫/୨୫ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ନେଇ କଣ୍ଟାମାଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି I
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ
