ଓଡିଶା ଟୁରିଯିମ କ୍ଷେତ୍ରରେ ଜଳ ପ୍ରପାତରେ ପରିପୂର୍ଣ୍ଣ। ଜଳପ୍ରପାତ ଗୁଡିକୁ ସଠିକ ଭାବେ ବ୍ୟବସ୍ଥାପିତ କଲେ ଟୁରିଷ୍ଟ ମାନଙ୍କର ଆଗମନ ବଢିବ ଏବଂ ନିକଟରେ ରହୁଥିବା ଗ୍ରାମବାସୀ, ଯୁବସମାଜ, ଏବଂ ଇକୋ ଟୁରିଯିମର ଉନତି ହୋଇପାରିବ। ପ୍ରକୃତି ଓଡିଶାକୁ ଜଳପ୍ରପାତ ମାନ ଦେଇଅଛି। ଏହିସବୁ ଜାଗାରେ ରାତ୍ରି ଯାପନର ବ୍ୟବସ୍ଥା ଏବଂ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଦେବାର ସୁନିଶ୍ଚିତତା କରିବାର ଆବଶ୍ୟକତା ଅଛି। ଏହି ସବୁ ଜଳପ୍ରପାତ ମଧ୍ୟରେ ହୀରାକୁଦ ନିକଟସ୍ଥ ଦେଓଝରଣ ହେଉଛି ଅନ୍ୟତମ।

ଆମ କ୍ୟାମେରା ଟିମ ଦେଓଝରଣର ବିସ୍ତୃତ ଫଟୋ ଏବଂ ଭିଡିଓ ଗ୍ରାଫି କରିଅଛି। ଦେଖନ୍ତୁ….
ଏହି ଜଳପ୍ରପାତ ଅଞ୍ଚଳରେ ରହିବା ଖାଇବାର କୌଣସି ବ୍ୟବସ୍ଥା ନାହିଁ। ଯେଉଁ ପର୍ଯ୍ୟଟକ ମାନେ ଆସୁଛନ୍ତି ସେମାନେ ପ୍ଲାଷ୍ଟିକ ବୋତଲ ଅଳିଆ ଆବର୍ଜନା ପକାଇ କରି ଚାଲିଯାଉଛନ୍ତି। ବାଣଭୋଜୀ କରିବାକୁ ଆସୁଥିବା ବ୍ୟକ୍ତି ମାନେ କୁଢ଼କୁଢ଼ ଅଳିଆ ପକାଉଛନ୍ତି।

ପ୍ରାୟତଃ ଡଷ୍ଟବିନ ଏଠାରେ ଦେଖିବାକୁ ମିଳୁନାହିଁ। ସମ୍ବଲପୁର, ବରଗଡ଼ ଏବଂ ହୀରାକୁଦ ଠାରୁ ଏହି ଜଳପ୍ରପାତ ଦେଓଝରଣ ଅତି ନିକଟରେ ଅଛି। ଏଠାରେ ବହୁ କମ୍ପାନୀ ସେମାନଙ୍କର ପ୍ଲାଣ୍ଟ ବସାଇଛନ୍ତି। କିନ୍ତୁ ଯଦି ଏମାନଙ୍କ ମଧ୍ୟରୁ କୌଣସି ଗୋଟେ କମ୍ପାନୀ ଏହି ଜଳପ୍ରପାତକୁ ନିଜର ପରିଚାଳନା ଭୁକ୍ତ କରି ସି.ଏସ.ଆର. ଫଣ୍ଡରୁ ଏହାର ଉନତି କରଣ କରିବା ସହ ପ୍ଲାଷ୍ଟିକ ମୁକ୍ତ କରିବ, ତାହେଲେ ଏହା ଏକ ଉଚ୍ଚମାନର ପର୍ଯ୍ୟଟନ ସ୍ଥଳୀ ହୋଇପାରିବ। ବିକଳ୍ପ ପନ୍ଥା ମଧ୍ୟ ଅଛି।

ପର୍ଯ୍ୟଟକ ମାନଙ୍କ ଠାରୁ ବ୍ୟବହାର ଶୁଳ୍କ ଆଦାୟ କରି ଗୋଷ୍ଠୀ ମାଧ୍ୟମରେ ଏହାର ରକ୍ଷଣା ବେକ୍ଷଣ କରାଯାଇପାରିବ। ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଅଛି। ଏହି ଦେଓଝରଣ ନିକଟରେ ଏନଏଚ ପାଖରେ ଥିବା ସ୍ଥାନ ଗୁଡିକ ହେଉଛି ଗଏଲ ଗୁଡ଼ି ଏବଂ ତାଳଝରଣ।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
