ବଡ଼ସାହି : ଚଳିତ ବର୍ଷ ଓଡ଼ିଶାରେ ଭାଜପାର ଡବଲ ଇଞ୍ଜିନ ସରକାର ହୋଇଥିବା ବେଳେ ବଡ଼ସାହି ନିର୍ବାଚନ ମଣ୍ଡଳୀ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପଚନ୍ଦ୍ର ସଡ଼ଙ୍ଗୀ ଓ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନାତନ ବିଜୁଳି ମହୋଦୟ ଜନସାଧାରଣ ଙ୍କ ଜୀବନ ଯାତ୍ରା କୁ ସହଜ ସୁବିଧା ସରଳ କରିବା ପାଇଁ ପଦକ୍ଷପ ନେବା ନିମନ୍ତେ ମାଛପଦା ଠାରେ ବାଙ୍ଗିରିପୋଷି ଠାରୁ ଭୁବନେଶ୍ୱର ଯାତାୟାତ ପାସେଞ୍ଜର ହୋଲ୍ଟ ନିର୍ମାଣ, ବଡ଼ସାହି ପଞ୍ଚାୟତ ସମିତି ଅଧୀନ ସିଙ୍ଗଟିଆ, ବାଘୁଆପାଳ, ପତରାପଦା କୁ ସଂଯୋଗ କରିବାକୁ ବୁଢ଼ାବଳଙ୍ଗ ନଦୀ ସେତୁ, ବେତନଟୀ ପଞ୍ଚାୟତ ସମିତି ଅଧୀନ ମେରଦା ବାଉଁଶ ନାଳ ଉପରେ ସେତୁ, ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ପ୍ରାଚିର ନିର୍ମାଣ, ବଡ଼ସାହି ପଞ୍ଚାୟତ ସମିତି ଅଧୀନ ହରିପୁର ଗ୍ରାମ ନିକଟସ୍ତ ବୁଢ଼ାବଳଙ୍ଗ ନଦୀ ଉପରେ ସେତୁ ନିର୍ମାଣ ଭଳି ବିଭିନ୍ନ ସ୍ଥାନରେ ନୂତନ କାର୍ଯ୍ୟ ନିମନ୍ତେ ଶିଳାନ୍ୟାସ କରିଛନ୍ତି ଏବଂ ଖୁବ ଶୀଘ୍ର ଏହି ନୂତନ କାର୍ଯ୍ୟ ଶେଷ କରାଯିବ ବୋଲି ମାନ୍ୟବର ସାଂସଦ ଓ ବିଧାୟକ ପ୍ରତିଶୃତି ଦେଇଛନ୍ତି l ଏହା ଦ୍ୱାରା ଗମନା ଗମନ ଓ ସମୟ ସାପେକ୍ଷ ହବ ବୋଲି ଆଶା କରାଯାଇଛି l
ବଡ଼ସାହି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ନୂତନ କାର୍ଯ୍ୟ ନିମନ୍ତେ ଶିଳାନ୍ୟାସ
