ବାବା ସୁବର୍ଣ୍ଣମେରୁ ମନ୍ଦିର କୁ ନେଇ ତେଜୁଛି ଅସନ୍ତୋଷ

ଯେଉଁଭଳି କମାର ଲୁହାକୁ ନେଇ ତିଆରି କରିଥାଏ ହାତୁଡି, ଛେଣୀ, ଦାଆ ଆଦି ଜିନିଷ। ଏଣୁ ଏହାର ମୌଳିକ ବସ୍ତୁ ହେଉଛି ଲୁହା। କୁମ୍ଭାର ମଧ୍ୟ ମୌଳିକ ବସ୍ତୁ ମାଟିକୁ ନେଇ ତିଆରି କରିଥାଏ ହାଣ୍ଡି, ମାଠିଆ ଓ ଦୀପ ଆଦି ଜିନିଷ। ସେହିଭଳି ଆଜିକା ଦିନରେ ରାଜନୀତି କରୁଥିବା ବ୍ୟକ୍ତିମାନେ ସବୁ ସମୟ ର ଫାଇଦା ନେଇ ରାଜନୀତି କରନ୍ତି। ସେଥିରୁ ମନ୍ଦିର ମଧ୍ୟ ବାଦ ପଡିନି। ବୌଦ୍ଧ ଜିଲ୍ଲାରେ ଏଭଳି ଏକ ଘଟଣାକୁ ଆମ ସାମ୍ବାଦିକ ଗୁରୁତର ସହ ନେଇ ଆଲେଖ୍ୟ କରିଛନ୍ତି। ବାବା ସୁବର୍ଣ୍ଣମେରୁ ମନ୍ଦିର କୁ ନେଇ ତେଜୁଛି ଅସନ୍ତୋଷ।

ମନ୍ଦିର କୁ ନେଇ ଚାଲିଛି କାଦୁଅ ଫିଙ୍ଗା ନୀତି l ଦୀର୍ଘ ୨୫ବର୍ଷ ର ଫିଟୁଛି ଗୁମର l ୨୫ବର୍ଷ ମନ୍ଦିର ଅବହେଳିତ ନେଇ ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ଦ୍ୱାରା ହେଉଛି ସାମ୍ବାଦିକ ସମ୍ମିଳନୀ l ଗତ ଦୁଇଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ମନ୍ଦିର ପରିଚାଳନା କମିଟି ନିଜ ଦୋଷ ଦୁର୍ବଳତା ଲୁଚାଇ ଅନ୍ୟ ଉପରେ କାଦୁଅ ଫିଙ୍ଗି ବାହା ବାହା ନେଉଥିବା ବେଳେ ପରିଚାଳନା କମିଟି ଉପରେ ଆସିଛି ସଂଗୀନ ଅଭିଯୋଗ l ସିଧା ସଳଖ ଉଠୁଛି ଆଙ୍ଗୁଳି l ଅଞ୍ଚଳ ବାସିଙ୍କ ମନରେ ଏବେ ମନ୍ଦିର ପରିଚାଳନା କମିଟିର ଆତ୍ମସାତ କାର୍ଯ୍ୟ ନେଇ କୁହୁଳୁଛି ମନ୍ଦିର ଉନ୍ନତି ଉପରେ ସୃଷ୍ଟି ହେଉଥିବା ବାଧକ l ପ୍ରଶ୍ନ ଉଠୁଛି ୨୫ବର୍ଷ ହେଲା କାହିଁକି ଜରାଜୀର୍ଣ୍ଣ ଓ ଅବହେଳିତ ହୋଇ ପଡି ରହିଛି ସୁବର୍ଣ୍ଣ ମେରୁ ଶୈବ ପୀଠ, ଅଣଦେଖା କରି ବାହାବା ନେଉଛିମନ୍ଦିର ପରିଚାଳନା କମିଟି l ୨୫ବର୍ଷ ଧରି ମନ୍ଦିର ଚାଷ ଆୟ ଆତ୍ମସାତ ଓ ଆୟ ବ୍ୟୟ ର ନାହିଁ ହିସାବ ନିକାସ, ରାସ୍ତା କଡର ଭଡା ଗୃହ ର ବି ନାହିଁ ହିସାବ l

ସବୁ ଧର୍ମକୁ ଆଖିଠାର l ଚାଷ ଜମିରୁ ବର୍ଷକୁ ପ୍ରାୟ ୩ ଲକ୍ଷ ରୁ ଉର୍ଦ୍ଧ, ଭଡା ଗୃହ ରୁ ମାସିକ ୫୦ ହଜାର ରୁ ଉର୍ଦ୍ଧ ଆୟ ହେଉଥିବା ବେଳେ ସବୁ ମନ୍ଦିର ଆୟ ସମ୍ପତି କମିଟି ର ସଭାପତି ଓ ସମ୍ପାଦକ ଆତ୍ମସାତ କରିବାରେ ମାହିର ଥିବା ଅଭିଯୋଗ ଆସିଛି l ଏ ବିଷୟରେ ବାରମ୍ବାର ପୂର୍ବରୁ ତତ କାଳୀନ ଉପଜିଲ୍ଲାପାଳ ଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିବା ବେଳେ ପ୍ରଶାସନ କୌଣସି ରାଜନୈତିକ ଚାପ ର ବଶବର୍ତ୍ତୀ ହୋଇ ଅଞ୍ଚଳ ର ଅଭିଯୋଗ କୁ ଆଜିବି କାର୍ଯ୍ୟକାରୀ ନ କରି ନାଲି ଫାଇଲ ରେ ଚାପି ଦେଇଥିବା ଚର୍ଚ୍ଚା ଏବେ ଜୋର ଧରିଛି। ରାଜସ୍ବ, ବ୍ରାହ୍ମଶ୍ୱ ଏବଂ ଦେବଶ୍ୱ କୁ ଆତ୍ମସାତ କରି କେହି କେବେ ସୁଖୀ ହୋଇ ପାରେନାହିଁ ବୋଲି ବହୁ କାଳରୁ ବିଶ୍ୱାସ ଅଛି।

ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ,ଫଟୋ ନ୍ୟୁଜ୍ ଟାଇମ୍ସ।

ରାଜସ୍ବ, ବ୍ରହ୍ମସ୍ୱ, ଦେବସ୍ୱ କୁ ଆତ୍ମସାତ ଅଭିଯୋଗ

Leave a Reply

Your email address will not be published. Required fields are marked *