ଜଂକିଆ ମୁଣ୍ଡାଆମ୍ବ ରେ ବାର୍ଡ ଫ୍ଲୁ। ବାର୍ଡ ଫ୍ଲୁ ଏକ ମହାମାରୀର ସୃଷ୍ଟିକର୍ତ୍ତା ଯାହାକି କୁକୁଡ଼ା ମାନଙ୍କ ଯୋଗୁଁ ସୃଷ୍ଟି ହେଇଥାଏ। ଏଭଳି ରୋଗ ଯୋଗୁଁ କେବଳ କୁକୁଡ଼ା ଚାଷୀ ମାନେ ନୁହଁନ୍ତି। ସମଗ୍ର ମାନବ ସମାଜର କ୍ଷତି ହେବ। ଯେଉଁଭଳି ଆମେ ଗାଡିକିଣିବା ସମୟରେ ଇନ୍ସୁରାନ୍ସ କରିବା ଏକ ବାଧ୍ୟତା ମୂଳକ ଅଟେ, ସେହିଭଳି କୁକୁଡ଼ା ଚାଷରେ ଏହା ଲାଗୁହେବାରେ ଆବଶ୍ୟକତା ଅଛି। ନଚେତ ଜନସାଧାରଣ, ସରକାର ଏବଂ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ ହେବେ।
କିଛି ଦିନ ତଳେ ପୁରୀ ଜିଲ୍ଲା ପିପିଲିରେ କୁକୁଡ଼ା ମାନଙ୍କ ଠାରେ ବାର୍ଡ ଫ୍ଲୁ ଦେଖା ଦେଇଥିଲା। ପରେ ଡେଲାଗଂରେ ବାର୍ଡ ଫ୍ଲୁ ପରେ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକ ଜଂକିଆ ମୁଣ୍ଡାଆମ୍ବକୁ ବ୍ଲାଡ ଫୁ ଘୋଷଣା କରାଯାଇଛି।

ମୁଣ୍ଡାଆମ୍ବ ଓ ଟାଗିଂ ବ୍ଲକ ତାଳପଡା ଅଂଚଳରେ ଥିବା କୁକୁଡ଼ା ଫାର୍ମ ମାନଙ୍କରେ ଲଗାତର ଭାବରେ ଶହଶହ ସଂଖ୍ୟାରେ କୁକୁଡ଼ା ମଡକ ଦେଖିବାକୁ ମିଳିଥିଲା।୭ ରୁ ୮ ଦିନ ମଧ୍ୟରେ ପ୍ରାୟ ୬୦୦୦ରୁ ଉର୍ଦ୍ଧ୍ବ କୁକୁଡ଼ା ଛୁଆ ମୃତ୍ୟୁ ବରଣ କରିବା ପରେ ଫାର୍ମ ମାଲିକମାନେ ସ୍ଥାନୀୟ ପଶୁ ଚିକିତ୍ସକ ମାନଙ୍କ ସହାୟତା ଲୋଡିଥିଲେ। ପଶୁ ଚିକିତ୍ସକ ଟିମ ବିଭିନ୍ନ କୁକୁଡ଼ା ଫାର୍ମ ପରିଦର୍ଶନ କରି କୁକୁଡ଼ା ମାନଙ୍କ ରକ୍ତ, ମଳ ଓ ଲାଳ ନମୁନା ସଂଗ୍ରହ କରି କଟକ ଫୁଲନଖରା ଗବେଷଣା କେନ୍ଦ୍ରକୁ ପଠାଇଥିଲେ। ସେଠାରୁ ନମୁନା ଭୋପାଳ ପଠାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ବ୍ଲାଡ ଫୁ ଘୋଷଣା କରାଯାଇଥିବା ଜିଲା ପ୍ରାଣୀଧନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରାଣୀଧନ ଚିକିତ୍ସା ବିଭାଗ ବିଭାଗର ୧୦ଟି ଟିମ ଜଂକିଆ ମୁଣ୍ଡାଆମ୍ବ ଫାର୍ମରେ ପହଞ୍ଚି ୪୫୦୦ କୁକୁଡା ମାରି ପୋତିଛନ୍ତି । ଟାଗିଂ ବ୍ଲକର ବିଭିନ୍ନ କୁକୁଡ଼ା ଫାର୍ମ ରେ ପହଞ୍ଚି କୁକୁଡ଼ା ମାନଙ୍କୁ ମାରି ପୋତିବାକୁ ପଦକ୍ଷେପ ନେବେ ବୋଲି ପଶୁ ଚିକିତ୍ସା ବିଭାଗ ପକ୍ଷରୁ ସୂଚନା ମିଳିଛି।
ଖୋର୍ଦ୍ଧାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ।
