ବାହାରିନ ଓଡ଼ିଆ ସମାଜ ପାଳିଲେ ରଥଯାତ୍ରା

ରଥଯାତ୍ରା ହେଉଛି ଏକ ବିଶ୍ୱସ୍ତରୀୟ ପର୍ବ। ଏହାକୁ ଏବେ ଏନ. ଆର. ଆଇ. ମାନେ ଧୂମଧାମରେ ପାଳନ କରୁଛନ୍ତି। ସେମାନେ ଯେଉଁଭଳି ଭାବେ ପାଳନ କରନ୍ତୁ ନା କାହିଁ, ଜଗନ୍ନାଥଙ୍କର ତିଥି ଅନୁସାରେ ପାଳନ କରନ୍ତୁ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି।
ସୁଦୂର ବାହାରିନ ରେ ପ୍ରବାସୀ ଓଡ଼ିଆ ମାନେ ପାଳନ କଲେ ରଥଯାତ୍ରା।


ବାହାରିନ ର ରାଜଧାନୀ ମାନାମା ଠାରେ ପ୍ରବାସୀ ଓଡ଼ିଆଙ୍କ ସଂଗଠନ ‘ବାହାରିନ ଓଡ଼ିଆ ସମାଜ” ଘୋଷ ଯାତ୍ରା ପାଳନ କରିଛନ୍ତି।ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ ଜୟ ଜଗନ୍ନାଥ ଧ୍ବନି ଦେଇ ରଥ ଟାଣିଥିଲେ। ପାରମ୍ପରିକ ରୀତିରେ, ବାହାରିନ ଓଡ଼ିଆ ସମାଜ ର ସଭାପତି ରାମଚନ୍ଦ୍ର ସାହୁ ଓ ଶ୍ରୀ ଶ୍ରୀ ରାଧା ଗୋପାଳ କୃଷ୍ଣ ମନ୍ଦିରର ୟାଦଵପତି କୃଷ୍ଣଦାସ ପ୍ରଭୁ ଓ ପ୍ରଶାନ୍ତ ପ୍ରଭୁ ରଥ ଉପରେ ଛେରାପହଁରା କରିବା ପରେ ରଥ ଆଗକୁ ଗଡ଼ିଥିଲା,ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ବିଜେ ହେଲା ପରେ ଶ୍ରଦ୍ଧାଳୁ ମାନେ ଭାବବିହୋଳ ହୋଇଥିଲେ। ଚତୁର୍ଦ୍ଧାମୂର୍ତ୍ତି ରଥରେ ପରିକ୍ରମା କଲା ପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ। ଶେଷରେ କିଛି ଭକ୍ତ ଓଡ଼ିଶା ର ବିଭିନ୍ନ ପାରମ୍ପାରିକ ନୃତ୍ୟ ପ୍ରଦର୍ଶନ କରିଥିଲେ |

ବାହାରିନ ଓଡ଼ିଆ ସମାଜ ର କୋଷାଦକ୍ଷ ପ୍ରିୟ ଦତ୍ତ ରୟ , ସାଂସ୍କୃତିକ ସଂପାଦିକା ଅଙ୍କିତା ନାୟକ , କ୍ରୀଡା ସମ୍ପାଦକ ଅମରେଶ ପଣ୍ଡା ଭକ୍ତ ମାନଙ୍କ ଗହଣରେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥଲେ। ବିଦେଶର ରଥ ଯାତ୍ରା ପାଳନ କରିବା ପ୍ରତେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ର କଥା ବୋଲି, ସମାଜ ର ସାଧାରଣ ସମ୍ପାଦକ ଶାନ୍ତନୁ ସେନାପତି , ଜନ ସମ୍ପର୍କ ସମ୍ପାଦକ ଅମରନାଥ ସୁବୁଧି କହିଥିଲେ।

ରଥ ନିର୍ମାଣ ଠୁ ଆରମ୍ଭ କରି ରଥ ଯାତ୍ରା ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ମାନେ ସହଯୋଗ କରିଥଲେ। ବାହାରିନ ଓଡ଼ିଆ ସମାଜ ର ସଭାପତି ରାମଚନ୍ଦ୍ର ସାହୁ ଭକ୍ତ ମାନଙ୍କୁ ଉଦବୋଧନ ଦେଇ ବାହାରିନ ରେ ରଥ ଯାତ୍ରା ପାଳନ କରିବା ପ୍ରଭୂ ଜଗନ୍ନାଥ ଙ୍କ ଲୀଳା ଓ କରୁଣା ବୋଲି କହିଥିଲେ। ପାରମ୍ପରିକ ରୀତିନୀତି ରେ ରଥ ଯାତ୍ରା କାର୍ଯ୍ୟକ୍ରମ ସାରିଥିବାରୁ ସମସ୍ତ ପ୍ରବାସୀ ଓଡ଼ିଆକୁ ଧନ୍ୟବାଦ୍ ଜଣାଇବା ସହ,ସଂଗଠନ କୁ ସୁଦୃଢ କରିବା ଓ ଜଗନ୍ନାଥ ସଂସ୍କୃତି ,ପରମ୍ପରା କିଭଳି ଭାବରେ ପ୍ରଚାର ପ୍ରସାର ହେବା ସହ ପ୍ରତେକ ବର୍ଷ ବାହାରିନ ରେ ରଥ ଯାତ୍ରା ହେବ ଆଲୋଚନା କରିଥଲେ।।

ସର୍ବଶେଷରେ ଯୁଗ୍ମ ସାଧାରଣ ସଂପାଦକ ସାରଦା ପଟ୍ଟନାୟକ ସମସ୍ତ ଭକ୍ତ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ |
ଖୋର୍ଦ୍ଧାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *