ବିଜପିର ପ୍ରତିଷ୍ଠା ଦିବସ ଏବଂ ରମନବମୀ ଗୋଟିଏ ଦିନରେ ପଡୁଥିବାରୁ ସମଗ୍ର ଓଡିଶାର ବିଜେପି କର୍ମୀ ମାନେ ଉତ୍ସାହିତ

 

ବିଜପିର ପ୍ରତିଷ୍ଠା ଦିବସ ଏବଂ ରମନବମୀ ଗୋଟିଏ ଦିନରେ ପଡୁଥିବାରୁ ସମଗ୍ର ଓଡିଶାର ବିଜେପି କର୍ମୀ ମାନେ ଉତ୍ସାହିତ. ଏହି ଦିବସକୁ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅନ୍ୟାନ୍ୟ ମନ୍ତ୍ରୀ ଗଣ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ସମେତ ପ୍ରତ୍ୟେକ ଜିଲ୍ଲା ର କର୍ମୀ ମାନେ ଏହି ଦିବସ କୁ ଧୂମଧାମରେ ପାଳନ କରିଛନ୍ତି. ଆମେ ଆପଣ ମାନଙ୍କୁ ଭୁବନେଶ୍ୱର ଏବଂ ରାୟଗଡା ର ରାମ ନବମୀ ପାଳନ ଭିସୁଆଲ ଦେଖାଉଛୁ.

ରାୟଗଡ଼ା ରେ ରାମନବମୀ ବଡ଼ ଧୁମ୍ ଧାମରେ ହର୍ଷ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି। ରାୟଗଡ଼ା ଏକ ଭାଇଚାରା ର ସହର ଅଟେ। ଏହି ରାମନବମୀ ଉପଲକ୍ଷେ ସକାଳ ଏଗାର ଘଟିକା ଠାରୁ ରାୟଗଡ଼ା ରାମନବମୀ କମିଟି ଓ ରାୟଗଡ଼ା ଯୁବକ ସଂଘ ତରଫରୁ ବିଶାଳ ଶୋଭାଯାତ୍ରା ରେ ଶ୍ରୀ ରାମ ଙ୍କ ପ୍ରତିମୂର୍ତ୍ତି ସହର ପରିକ୍ରମା କରିବା ସହ ଭଜନ,କୀର୍ତ୍ତନ, ଡି ଜେ ଗୀତ ରେ ସାରା ସହର ଉତ୍ସବମୁଖର ହେଇଥିଲା। ଛୋଟ ପିଲଙ୍କଠାରୁ ଆରମ୍ଭ କରି ବୟସ୍କା ବୃଦ୍ଧା ପର୍ଯ୍ୟନ୍ତ ରାମନବମୀ ପାଳନ କରିଥିବା ଦେଖିବାକୁ ମିଳିଛି। ଏକ ବିଶେଷ କଥା ହେଲା ମୁସଲିମ ସମ୍ପ୍ରଦାୟର ଯୁବକ ମାନଙ୍କ ଦ୍ଵାରା ରାମନବମୀ ଉପଲକ୍ଷେ ସମସ୍ତଙ୍କୁ ଥଣ୍ଡା ସରବତ ବଣ୍ଟନ କରି ପଦଯାତ୍ରା କରୁଥିବା ହିନ୍ଦୁ ଭାଇମାନଙ୍କୁ ରାମନବମୀ ଉପଲକ୍ଷେ ଶୁଭେଛା ବାର୍ତ୍ତା ଦେଇଥିଲେ।
ରାୟଗଡ଼ା ଜିଲ୍ଲା ପ୍ରତିନିଧି
ମନୋରଞ୍ଜନ ଶତପଥୀ ଏବଂ ଭୁବନେଶ୍ୱର ରୁ ସୂର୍ଯ୍ୟ ମହାନ୍ତି ଙ୍କ ରିପୋର୍ଟ photo news times.

Leave a Reply

Your email address will not be published. Required fields are marked *