ବିଜେଡ଼ି ଦଳ ଏବେ ବିରୋଧୀ ଦଳ ଭୂମିକାରେ ରହି, ନିଜ ସାଥୀରୂପେ ବାଛିନେଇଛି ଛାତ୍ରଛାତ୍ରୀ ମାନଙ୍କୁ। ବିଜେଡ଼ିଦଳ ତାର ସଂଗଠନକୁ ଦୁର୍ଗମ ଏବଂ ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରସ୍ତୁତ କରୁଅଛି। ଏହାକୁ ସାଧାରଣରେ ମତ ଦେଉଛନ୍ତି ଯେ “ରାଜନୀତିରେ ପାଲିଟିକ୍ସ”। ଆଗାମୀ ଭବିଷ୍ୟତ ହେଉଛନ୍ତି ଛାତ୍ରଛାତ୍ରୀ ମାନେ, ସେମାନଙ୍କୁ ରାଜନୀତିରେ ବ୍ୟବହାର କଲେ ରାଜ୍ୟ ତଥା ଆଗାମୀ ଭବିଷ୍ୟତ ପାଇଁ କ୍ଷତିକାରକ ହେବ ବୋଲି ବୁଦ୍ଧିଜୀବୀ ମାନେ ମତ ଦିୟନ୍ତି।
ରାଜ୍ୟରେ ବଢୁଛି “ଦୁଷ୍କର୍ମ ଓ ମହିଳା ନିର୍ଯ୍ୟାତନା” ଏହାକୁ ନେଇ ବର୍ଷିଛି ବିଜୁ ଯୁବ ଛାତ୍ର ଜନତା ଦଳ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ l
ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ, କଣ୍ଟାମାଳ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳପକ୍ଷରୁ ରାଜ୍ୟ ରେ ମହିଳା ନିର୍ଯ୍ୟାତନା ବଢୁଥିବା ସହ ଗୋପାଳପୁର ଛାତ୍ରୀ ଗଣ ଦୁଷ୍କର୍ମ କୁ ବିରୋଧ କରି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଏଥି ସହିତ ବିଜେପି ବିରୋଧ ରେ ନାରାବାଜି କରିଛି କଣ୍ଟମାଳ ବିଜୁ ଯୁବ ଛାତ୍ର ଜନତା ଦଳ।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।