ବିଭାଗୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନରେ ପ୍ରମୁଖ ସ୍ଥାନରେ ଜିଲ୍ଲାର ୩ ଥାନା ଅଧିକାରୀ ।
ରାଜ୍ୟର ୬୧୨ଟି ଥାନାରେ କାର୍ଯ୍ୟରତ ଥାନା ଅଧିକାରୀଙ୍କ ବିଭାଗୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନରେ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ଅନୁସାରେ ରାୟଗଡା ଜିଲ୍ଲାର ୩ ଥାନା ଅଧିକାରୀ, ଯଥା ଟିକିରି ଥାନା ଅଧିକାରୀ ବିଶ୍ୱ ନନ୍ଦିନୀ ବାଗ ୮ମ ସ୍ଥାନ, ଗୁଡ଼ାରୀ ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ୯ମ ସ୍ଥାନ ଓ ବିଷମ କଟକ ଥାନା ଅଧିକାରୀ ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ ୧୦ମ ସ୍ଥାନ ଅଧିକାର କରିଛନ୍ତି। ଥାନାରେ କାର୍ଯ୍ୟରତ ଥାନା ଅଧିକାରୀଙ୍କ ମାମଲାର ତଦନ୍ତ, ଅପରାଧ ଚି଼ହ୍ନଟ,ଅପରାଧ ନିୟନ୍ତ୍ରଣ ତଥା ମାମଲାର ତଦନ୍ତ ଆରମ୍ଭ କରିବା ଠାରୁ ଶେଷ କରି ଅପରାଧ ନିୟନ୍ତ୍ରଣ ଏବଂ ଥାନାରେ ଉତ୍ତମ ବ୍ୟବହାର ପ୍ରଦର୍ଶନ ଇତ୍ୟାଦିକୁ ଆଧାର କରି ପୋଲିସ ମୁଖ୍ୟ କାର୍ଯ୍ୟାଳୟ ତରଫରୁ ଏହି ମାନଦଣ୍ଡ ନିରୂପଣ ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ମିଳିଛି। ଚଳିତ ବର୍ଷ ଗତ ୭ ମାସ ଅର୍ଥାତ ୨୦୨୫ ଜାନୁଆରୀ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ମଧ୍ୟରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ମାନ ନିରୂପଣ କରାଯାଇଥିବା ସୂଚନା ମିଳିଛି।ଜିଲ୍ଲାର ୩ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଦକ୍ଷତା ସମ୍ପନ୍ନ ଖବର ଶୁଣି ଅଞ୍ଚଳବାସୀ ପ୍ରସଂଶା କରିଛନ୍ତି ।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ପ୍ରସାଦ ଲିମାଙ୍କ ରିପୋର୍ଟ।
ବିଭାଗୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନରେ ପ୍ରମୁଖ ସ୍ଥାନରେ ଜିଲ୍ଲାର ୩ ଥାନା ଅଧିକାରୀ ।
