ଓଡ଼ିଶାର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗିତା ନେଇ ବିଶ୍ବ ବ୍ୟାଙ୍କ ଟିମଙ୍କ ସହିତ ଆଲୋଚନା। ବିଶ୍ବବ୍ୟାଙ୍କର ଏକ ପ୍ରତିନିଧୂ ଦଳ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ସହିତ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ବୈଠକରେ ଯୋଗଦେଇଥିଲେ। ବିଶ୍ବ ବ୍ୟାଙ୍କର ଦକ୍ଷିଣ ଏସିଆ ଆଂଚଳିକ ଉପସଭାପତି ଜୋହାନେସ୍ ଜୁଟ୍ ଏବଂ ଆଂଚଳିକ ନିର୍ଦ୍ଦେଶକ ଇମାଦ୍ ଫାକୁରୀଙ୍କ ସମେତ ବିଶ୍ବବ୍ୟାଙ୍କର ଅନ୍ୟ ପ୍ରତିନିଧୂମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥୁଲେ । ଏହି ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପକ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କୃଷି ଓ କୃଷକ
ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଓଡ଼ିଶାର ଅଭିବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟର ଆଗାମୀ ଲକ୍ଷ୍ୟ, ଆର୍ଥିକ ବ୍ୟବସ୍ଥା, ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ବିଶ୍ବବ୍ୟାଙ୍କ ପ୍ରତିନିଧୂଙ୍କ ଦୃଷ୍ଟି ଆକର୍ଷଣ କରିଥୁଲେ । ରାଜ୍ୟରେ କୃଷିଭିଭିକ ଅର୍ଥନୀତି, ଶିଳ୍ପ ବିକାଶ, ଦକ୍ଷତା ବିକାଶ, ବନ୍ଦରଭିଭିକ ବିକାଶ ଆଦି ସଂପର୍କରେ ଆଲୋଚନା କରିବା ସହିତ ଓଡ଼ିଶାକୁ ବିପୁଳ ସମ୍ଭାବନାର ରାଜ୍ୟ ଭାବେ ଉପସ୍ଥାପିତ କରିଥୁଲେ । ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ରାଜ୍ୟର ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ
ସଂପର୍କରେ ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିଥଲେ ।

ରାଜ୍ୟର ଭୌଗୋଳିକ, ଜନସଂଖ୍ୟା, ଅବିବୃଦିର କ୍ରମ ବିକାଶ, ଶିକ୍ଷା , ସ୍ବାସ୍ଥ୍ୟ ଆଦିର ସାଂପ୍ରତିକ ସ୍ଥିତି ସଂପର୍କରେ ସେ ଉପସ୍ଥାପନ କରିବା ସହ ରାଜ୍ୟର ପ୍ରାକୃତିକ ସଂପଦ, ଖଣିଜ ସଂପଦ, ସୁଦୀର୍ଘ ସାମୁଦ୍ରିକ ବେଳାଭୂମି, ଜଳ ସଂପଦ, ଯୁବ ଶକ୍ତି ସଂବଳ, ଅର୍ଥନୈତିକ ଓ ବିଭୀୟ ସ୍ଥିରତା ଯୋଗୁଁ ରାଜ୍ୟର ଆଗାମୀ ବିକାଶର ଉଜ୍ବଳ ସମ୍ଭାବନା ଉପରେ ସେ ଆଲୋଚନା କରିଥିଲେ। କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପାଢୀ ରାଜ୍ୟରେ କୃଷିଭିଭିକ ଯୋଜନା ଓ କାର୍ଯ୍ୟକ୍ରମ, କୃଷିରେ ଉତ୍ପାଦନ ବୃଦ୍ଧି, କୃଷି ବିବିଧ୍କରଣକୁ ଗୁରୁତ୍ଵ, ରୋଗପୋକ ନିୟନ୍ତ୍ରଣରେ ସଫଳତା ସଂପର୍କରେ
ଆଲୋଚନା କରିବା ସହ ପ୍ରାକୃତିକ ବିପର୍ଯ୍ୟୟ କୃଷି ପରିଚାଳନା ପାଇଁ ଆହ୍ଵାନ ରହିଥିବା ସଂପର୍କରେ କହିଥିଲେ ।

ଇପିକଲର ପରିଚାଳନା ନିର୍ଦ୍ଦେଶକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ରାଜ୍ୟରେ ଶିଳ୍ପ ଇକୋସିଷ୍ଟମ ଓ ରାଜ୍ୟର ବିଭିନ୍ନ ଅଂଚଳରେ ଶିଳ୍ପ ଓ ଆନୁଷଙ୍ଗିକ ଶିଳ୍ପର ବିକାଶ ଓ ପୁଞ୍ଜି ନିବେଶ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାକୁ ଏକ ଶ୍ରେଷ୍ଠ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ରାଜ୍ୟ ଭାବେ ଅଭିହିତ କରି ଓଡ଼ିଶାରେ ପୁଞ୍ଜି ନିବେଶ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗିତା ନେଇ
ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା କରିବେ ବୋଲି ବିଶ୍ୱ ବ୍ୟାଙ୍କ ସଦସ୍ୟମାନେ ପ୍ରକାଶ କରିଛନ୍ତି ।

ବଭୁବନେଶ୍ୱରରୁ ପଠାଣି ରାଉତ ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
