ବୌଦ୍ଧ ଜିଲ୍ଲା ପୋଲିସ ମାତାକୁପା ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ କରିଛି l

କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ “୨୦୨୬ମାର୍ଚ୍ଚ ୩୧ ସୁଦ୍ଧା ଭାରତରୁ ବାମପନ୍ଥୀ ଉଚ୍ଛେଦ କରିବା ଏବଂ ଏହାର ସଫଳ ରୂପାୟନ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ ଓଡ଼ିଶା ଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିଛି l ଏହି ଆଧାରରେ ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ ଥାନା ଅନ୍ତର୍ଗତ ମାତାକୁପା ସଂରକ୍ଷିତ ଜଙ୍ଗଲ ରେ ଏସଓଜି, ଡିଭିଏଫ୍ ଏବଂ ବୋମା ନିଷ୍କ୍ରିୟ କାରୀ ସ୍କୁଆଡ୍ ଏକ ମିଳିତ ଦଳ ଆରକ୍ଷୀ ଅଧକ୍ଷକ ବୌଦ୍ଧଙ୍କ ଦ୍ଵାରା ଏକ ଅପରେସନ ଆରମ୍ଭ ହୋଇ ଥିଲା l ସୂଚନା ଆଧାରରେ ମନମୁଣ୍ଡା ଥାନା ଅନ୍ତର୍ଗତ କାନାଗୁନ୍ ଗ୍ରାମ ରୁ ଏକ ମାଓବାଦୀ ଡିପ ପଏଣ୍ଟ ଅବସ୍ଥିତ ଥିବା ଜାଣିବାକୁ ପାଇଥିଲେ l

ସେନେଇ ଶନିବାର ଦିନ ସକାଳ ପ୍ରାୟ ୮:୩୦ ସମୟରେ ସୁରକ୍ଷା ବାହିନୀ ସେହି ନିକଟରେ ପହଞ୍ଚିଥିଲେ ଏବଂ ସୁରକ୍ଷା କୁ ପ୍ରାଥମିକତା ଦେଇ ମାଓ ସାମଗ୍ରୀ ଗୁଡ଼ିକୁ ଉଧାର କରିଥିଲେ l ଉପଲବ୍ଧ ବିଡ଼ି ଟିମ୍ ସହାୟତା ରେ ଡମ୍ପୟାର୍ଡ କୁ ଯାଞ୍ଚ କରିଥିଲେ l

କଡା ସୁରକ୍ଷା ବଳୟରେ ଘୁଙ୍ଗୁର, ନକ୍ସଲ ୟୁନିଫ୍ରର୍ମ , ଡିଟୋନେଟର, ବ୍ରାଉନ ଜୋତା, ମାଓ ବହି, ଢୋଲ, ବ୍ୟଟେରୀ ଚାର୍ଜର, ଆରିପାତି, କଳା ବେଲ୍ଟ, ମଶାରୀ, ଭଳି ବିପୁଳ ମାଓ ସାମଗ୍ରୀ ଗୁଡ଼ିକୁ ଉଦ୍ଧାର କରିଥିବା ନେଇ ବୌଦ୍ଧ ଏସପି ରାହୁଲ ଗୋଏଲ ସୂଚନା ଦେଇଛନ୍ତି।

ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *