ଭଗବାନ ଓ ଭକ୍ତ ମଧ୍ୟରେ ଦୂରତା ମାପିହୁଏନି

ସାରା ପୃଥିବୀରେ ଜଗନାଥ ପ୍ରେମୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କିନ୍ତୁ ଏଥିରେ ମଧ୍ୟ ବିବାଦ ସ୍ଥାନ ପାଇଛି ଯେ ଦେବସ୍ନାନ ପୁର୍ଣିମା, ରଥଯାତ୍ର, ବାହୁଡା଼ ଆଦି ତିଥି ଗୁଡିକୁ ପୁରୀ ଶ୍ରୀକ୍ଷେତ୍ରର ତିଥି ଅନୁସାରେ ହେବା ଦରକାର। ସେ ଯାହାବି ହେଉ ଓଡ଼ିଶାର ରାୟଗଡା ସହରରେ “ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଜଗନାଥ ମନ୍ଦିର ରହିଅଛି। ଯେଉଁ ଭକ୍ତମାନେ ପୁରୀକୁ ଯାଇପାରୁନାହାନ୍ତୁ ଏଠାରେ ପରମ୍ପରା ଅନୁଯାୟୀ କରାଯାଉଥିବା ଦେବସ୍ନାନ ପୁର୍ଣିମା

ରଥଯାତ୍ରା ଏବଂ ବାହୁଡ଼ାକୁ ଉପଭୋଗ କରୁଛନ୍ତି। ଭକ୍ତଙ୍କ ପାଇଁ ଭଗବାନ ସବୁଠାରେ ବିରାଜମାନ।
ରାୟଗଡ଼ା ସହରସ୍ଥିତ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ। ରାୟଗଡ଼ା ସହର ସ୍ଥିତ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ସେବାୟତଙ୍କ ଦ୍ଵାରା ପାରମ୍ପରିକ ନୀତି ଅନୁସାରେ ରାଜ ପୁରୋହିତ ବିରଞ୍ଚି ଦାସଙ୍କ ଦ୍ଵାରା ପରିଚାଳିତ ମହାଆଡମ୍ବରରେ ଶ୍ରୀ ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା ମନ୍ଦିର ପରିସର ଆସ୍ଥାନରୁ ବହାରକୁ ଆଣି ଆଡପମଣ୍ଡପରେ ପବିତ୍ର ଦେବ ସ୍ନାନପୂର୍ଣ୍ଣିମା ପାଳନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା। ଘଣ୍ଟ,ବାଦ୍ୟ,କୀର୍ତ୍ତନରେ ପ୍ରଭୁ ଶ୍ରୀ ଶ୍ରଜଗନ୍ନାଥଙ୍କ ନାମ ଭକ୍ତୀମୟ ପରିବେଶରେ ଅତି ଆନନ୍ଦ, ଉଲ୍ଲାସ ସହ ଚାରିଆଡ଼େ ଭକ୍ତଙ୍କ ଦ୍ଵାରା ଉଚ୍ଚାରଣ କରାଯାଉଥିଲା ।


ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସର ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *