ରାୟଗଡା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ଗୁଡ଼ାରୀ ସଦର ଅତିଥି ଭବନରେ ଭାଜପା ଗୁଡ଼ାରୀ ମଣ୍ଡଳ ତରଫରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ ଅବସରରେ ସେବାପକ୍ଷ ପାଳନ ନିମନ୍ତେ ଭାଜପା ବ୍ଲକ ସଂଯୋଜକ ଅନିଲ କୁମାର ନନ୍ଦ ଓ ରଞ୍ଜନ କୁମାର ରଥଙ୍କ ତତ୍ୱାବଧାନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨ ତାରିଖ ଯାଏଁ ସେବା ପକ୍ଷ ପାଳନ ଅବସରରେ ସର୍ବ ଭାରତୀୟ ସ୍ତରରୁ ବ୍ଲକର ପ୍ରତ୍ୟେକ ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ପର୍ଯ୍ୟାୟ କ୍ରମରେ ପାଳନ କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ବିଧାନସଭା ସ୍ତରୀୟ ସଂଯୋଜକ ଗୋପାଳ ସାହୁ ଓ ବନମାଳୀ ଗମାଙ୍ଗ ଯୋଗଦେଇ ପ୍ରଶିକ୍ଷଣ ସହ ମାର୍ଗ ଦର୍ଶନ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ନଗର ସଂଯୋଜକ ପ୍ରଦୀପ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଭାଜପାର ସ୍ଥାନୀୟ ବରିଷ୍ଠ ନେତୃତ୍ୱ ବୃନ୍ଦ ମାନଙ୍କ ମଧ୍ୟରେ ପ୍ରତାପ ପାଣଗ୍ରାହୀ, ବିଜୟ ପାଣିଗ୍ରାହୀ, ଲଳିତ ମୋହନ ପାତ୍ର ଓ ଜଗଦୀଶ ନାୟକ, ଗୌରୀ ମଣ୍ଡାଙ୍ଗୀ ପ୍ରମୁଖ ସମେତ ପ୍ରାୟ ୫୦ ଜଣ କର୍ମୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
ଭାଜପା ପକ୍ଷରୁ ସେବାପକ୍ଷ ପାଳନ ଉପଲକ୍ଷେ ଗୁଡ଼ାରୀ ମଣ୍ଡଳ ସ୍ତରୀୟ କର୍ମଶାଳା।
