ଭାରତୀୟ ସମ୍ବିଧାନର ପ୍ରମୁଖ ବିନ୍ଧାଣୀ ଡ଼. ଭୀମରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା।

ଭାରତୀୟ ସମ୍ବିଧାନର ପ୍ରମୁଖ ବିନ୍ଧାଣୀ ଡ଼. ଭୀମରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଅତିରିକ୍ତ ଶାସନ ସଚିବ ଅଶୋକ ପଣ୍ଡା, ଅତିରିକ୍ତ ଶାସନ ସଚିବ ବିଜୟ କୁମାର ସ୍ୱାଇଁ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଯୁବକ ଓ ଯୁବତୀ ଏବଂ ସ୍ଵେଚ୍ଛାସେବୀମାନେ ଏହି ପଦଯାତ୍ରାରେ ସାମିଲ୍‌ ହୋଇଥିଲେ। ପଦଯାତ୍ରା ମାଧ୍ୟମରେ ସାମାଜିକ ସମତା ଓ ମୂଲ୍ୟବୋଧ ଏବଂ ସମ୍ବିଧାନର ଆଦର୍ଶକୁ ପ୍ରଚାର-ପ୍ରସାର କରିବା ସହିତ ଯୁବପିଢିଙ୍କ ମଧ୍ୟରେ ସାମ୍ବିଧାନିକ ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନତାର ବାର୍ତ୍ତା ଦିଆଯାଇଥିଲା। ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସନ୍ଧ୍ୟାରେ ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୩ ଜଣ ବ୍ୟକ୍ତିବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ଶ୍ରୀ ପଦ୍ମ ଚରଣ ନାୟକ, ଡାକ୍ତରୀ ସେବା କ୍ଷେତ୍ରରେ ଡଃ ପ୍ରଦୀପ କୁମାର ରଥ, କ୍ରୀଡାରେ ପ୍ରତ୍ୟାଶ୍ୟା ରାୟ, ଶିଳ୍ପ କ୍ଷେତ୍ରରେ ଡଃ ଜୟ ଶଙ୍କର ଦାସ, ବିଜ୍ଞାନରେ ଡଃ ଶଶାଙ୍କ ଶେଖର ସ୍ୱାଇଁ,ସଙ୍ଗୀତରେ ଶ୍ରୀ ଧନେଶ୍ୱର ସ୍ୱାଇଁ, ଅଭିନୟରେ ଶ୍ରୀ ପ୍ରଜ୍ଞାନ ରଞ୍ଜନ ଖଟୁଆ ଓ ସୁଶ୍ରୀ ସୁମନ ପଟ୍ଟନାୟକ, ଶିକ୍ଷାଦାନରେ ଶ୍ରୀ କାର୍ତ୍ତିକ ଚନ୍ଦ୍ର ବେହେରା, ଟ୍ରାଫିକ ନିୟନ୍ତ୍ରଣରେ ବିଶେଷ ସଫଳତା ପାଇଁ ସୁଶ୍ରୀ ମାମାଲି ଜେନା, ସେବିକା ଭାବେ ସୁଶ୍ରୀ ଅମିତା ପାତ୍ର, ଅଙ୍ଗନୱାଡି କର୍ମୀ ଶକୁନ୍ତଳା ସାହୁ ଓ ସଫେଇ କର୍ମୀ ଶ୍ରୀ ଜାକବ ପ୍ରଧାନ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ସରକାରୀ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ସୟଦ ମମତାଜ ଅଲ୍ଲୀ ସରକାରୀ ଉଚ୍ଚବିଦ୍ୟାଳୟ, ଯଦୁପୁର ପ୍ରଥମ, ୟୁନିଟ -୪ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟ ଦ୍ଵିତୀୟ ଏବଂ ୟୁନିଟ-୯ସ୍ଥିତ ସରକାରୀ ବାଳକ ଉଚ୍ଚବିଦ୍ୟାଳୟକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ବରରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *