ଭିନ୍ନକ୍ଷମ ଆକଳନ ଶିବିର ଅନୁଷ୍ଠିତ

ସମଗ୍ର ଶିକ୍ଷା ବୌଦ୍ଧ ଆନୁକୂଲ୍ୟରେ ଆଜି ସ୍ଥାନୀୟ କଣ୍ଟାମାଳ ଉଚ୍ଚ ବିଦ୍ୟାଳୟ ଠାରେ ଭିନ୍ନକ୍ଷମ ଶିଶୁଙ୍କୁ ସହାୟକ ଉପକରଣ ବଣ୍ଟନ ଓ ଭିନ୍ନକ୍ଷମ ଆକଳନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିଶିର ରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଶୋଭ ରଞ୍ଜନ ମାଳି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଜିଲ୍ଲା ଅନ୍ତନିବେଶି ଶିକ୍ଷା ସଂଯୋଜକ ଶ୍ରୀ ହରିଶଙ୍କର ଦଣ୍ଡସେନା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନୀଳମଣି ପଣ୍ଡା ଓ ଏବଂ କଣ୍ଟାମାଳ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରକାଶ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଏହି ଶିବିରରେ ଆଲିମକୋ ଭୁବନେଶ୍ୱର, ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି ଓ ଡ଼ିଇଆଇସି , ବୌଦ୍ଧର ବିଶେଷଜ୍ଞ ମାନେ ଆସି ଭିନ୍ନକ୍ଷମ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ l ଏଥିରେ ଚଲନ ବାଧିତ, ମାନସିକ ନ୍ୟୁନତା, ଶ୍ରବଣ ବାଧିତ ଓ ଦୃଷ୍ଟି ବାଧିତ ବର୍ଗର ୩୧ ଜଣ ଛାତ୍ର ଛାତ୍ରୀ ଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇ ଥିବା ବେଳେ ୧୬୩ ଜଣ ନୂତନ ଛାତ୍ର ଛାତ୍ରୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ଉକ୍ତ ଶିବିରକୁ କଣ୍ଟାମାଳ ବ୍ଲକର ଗୋଷ୍ଠୀ ସମ୍ବଳ ସଂଯୋଜକ ଶ୍ରୀ ଦୁର୍ଗା ପ୍ରସାଦ ପ୍ରଧାନ ଓ ସମସ୍ତ ଅନ୍ତନିବେଶି ଶିକ୍ଷା ସ୍ୱେଚ୍ଛାସେବୀ ପରିଚାଳନା କରିଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ

Leave a Reply

Your email address will not be published. Required fields are marked *