ଭୁବନେଶ୍ୱର ସ୍ପେଶାଲ ଜେଲକୁ ISO 9001 2015 ମାନ୍ୟତା

ମୁଁ ବର୍ଷା ଫଟୋ ନିୟୁଜ, ନିୟୁଜ ରୁମ କୁ ସ୍ୱାଗତ କରୁଛି।ଭୁବନେଶ୍ୱର ସ୍ପେଶାଲ ଜେଲକୁ ISO 9001:2015 ମାନ୍ୟତା, ଓଡ଼ିଶା ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ।

ଓଡ଼ିଶା ପାଇଁ ଆସିଛି ଏକ ଗର୍ବର ଖବର। ଭୁବନେଶ୍ୱରର ଝାରପଡା ସ୍ଥିତ ସ୍ପେଶାଲ ଜେଲ ରାଜ୍ୟର ପ୍ରଥମ କାରାଗାର ଭାବେ ଆନ୍ତର୍ଜାତୀୟ ମାନଙ୍କୁ ଅନୁସରଣ କରୁଥିବା ISO 9001:2015 କୁଆଲିଟି ମେନେଜମେଣ୍ଟ ସିଷ୍ଟମ୍ ସାର୍ଟିଫିକେଟ୍ ହାସଲ କରିଛି। ଏହି ସ୍ୱୀକୃତି ROHS Certification Pvt. Ltd. ପକ୍ଷରୁ ପ୍ରଦାନ କରାଯାଇଛି, ଯାହା ଝାରପଡା ସ୍ୱତନ୍ତ୍ର କାରାଗାରର ସୁଚାରୁ ପରିଚାଳନା, ଉନ୍ନତ ବନ୍ଦୀ ସେବା ଓ ପୁନର୍ବାସନ ମୂଳକ କାର୍ଯ୍ୟକ୍ରମକୁ ଏକ ନୂଆ ପରିଚୟ ଦେଇଛି।

ଏହି ଅବସରରେ ଜେଲ୍ ର ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁ କହିଛନ୍ତି ଯେ, ଏହା କେବଳ ଏକ ସାର୍ଟିଫିକେଟ୍ ନୁହେଁ, ବରଂ ସମଗ୍ର ଜେଲ ପ୍ରଶାସନର ନିଷ୍ଠା, ଶୃଙ୍ଖଳା ଓ ସଂଘବଦ୍ଧ ପ୍ରୟାସର ଫଳ। ସେ ଏହି ସଫଳତା ପାଇଁ ସମସ୍ତ ଜେଲ କର୍ମଚାରୀ, ୱାର୍ଡର, ଅଧିକାରୀ ଓ ଅନ୍ତେବାସୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ଆମେ ବନ୍ଦୀମାନଙ୍କୁ କେବଳ ଶାସ୍ତି ଦେବା ପାଇଁ ନୁହେଁ, ସେମାନଙ୍କୁ ସୁଧାରି ସମାଜରେ ପୁନଃସ୍ଥାପିତ କରିବାକୁ ଲକ୍ଷ୍ୟ ରଖି କାମ କରୁଛୁ।”

ଝାରପଡା ଜେଲରେ ବନ୍ଦୀମାନଙ୍କ ପାଇଁ ବିଭିନ୍ନ ସ୍କିଲ୍ ଡେଭେଲପମେଣ୍ଟ ପ୍ରୋଗ୍ରାମ, ମାନସିକ ଚାପ ନିୟନ୍ତ୍ରଣ ପାଇଁ କାଉନସେଲିଂ, ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସେବା, ଉନ୍ନତ ଖାଦ୍ୟ ବ୍ୟବସ୍ଥା ସହ ପୁନର୍ବାସନ ମୂଳକ ଅନେକ କାର୍ଯ୍ୟକ୍ରମ ସଫଳତାର ସହିତ ଚାଲିଆସୁଛି। ଏହି ସମସ୍ତ ପଦକ୍ଷେପକୁ ଆଧାର କରି ଏହି ମାନ୍ୟତା ମିଳିଛି।

ବିଶେଷ କରି ଜେଲ ଭିତରେ ଚାଲୁଥିବା ବୃତ୍ତିମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବନ୍ଦୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେଉଛି। ହସ୍ତଶିଳ୍ପ, କୃଷି, କମ୍ପ୍ୟୁଟର ଶିକ୍ଷା ଓ ବିଭିନ୍ନ କୌଶଳ ଭିତ୍ତିକ ପ୍ରଶିକ୍ଷଣ ମାଧ୍ୟମରେ ବନ୍ଦୀମାନେ ନୂତନ ଜୀବନର ଆଶା ପାଉଛନ୍ତି। ଏହା ସହ ନିୟମିତ ଯୋଗ, ଧ୍ୟାନ ଓ ମନୋପରାମର୍ଶ ସେବା ମାଧ୍ୟମରେ ସେମାନଙ୍କର ମାନସିକ ସୁସ୍ଥତାକୁ ମଧ୍ୟ ପ୍ରାଥମ୍ୟ ଦିଆଯାଉଛି।

ଓଡ଼ିଶାରେ ପ୍ରଥମଥର ପାଇଁ କୌଣସି ସ୍ୱତନ୍ତ୍ର କାରାଗାରକୁ ଏଭଳି ଆନ୍ତର୍ଜାତୀୟ ସ୍ତରର ସ୍ୱୀକୃତି ମିଳିବାରୁ ଏହାକୁ ରାଜ୍ୟ କାରା ପ୍ରଶାସନ ପାଇଁ ଏକ ଐତିହାସିକ ସଫଳତା ବୋଲି କୁହାଯାଉଛି। ବିଭିନ୍ନ ମହଳରୁ ଏହାକୁ ସ୍ୱାଗତ କରାଯାଇଥିବା ବେଳେ, ଆଗାମୀ ଦିନରେ ଓଡ଼ିଶାର ଅନ୍ୟାନ୍ୟ କାରାଗାରମାନେ ମଧ୍ୟ ଏହି ମାନକୁ ଅନୁସରଣ କରିବେ ବୋଲି ଆଶା ପ୍ରକାଶ ପାଇଛି।

ଝାରପଡା ସ୍ପେଶାଲ ଜେଲର ଏହି ସଫଳତା ପ୍ରମାଣ କରିଛି ଯେ, ଉଚିତ ପରିଚାଳନା ଓ ମାନବିକ ଦୃଷ୍ଟିକୋଣ ଥିଲେ କାରାଗାର ମଧ୍ୟ ସୁଧାର ଓ ପୁନର୍ଗଠନର ଏକ ଆଦର୍ଶ କେନ୍ଦ୍ର ହୋଇପାରେ। ଭୁବନେଶ୍ୱର ରୁ ଦୁର୍ଗା ମହଲା ଙ୍କ ରିପୋର୍ଟ ଫୋଟ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *