ମଣ୍ଡିରୁ ଉଠୁନି ଧାନ , ଚିନ୍ତା ରେ ଚାଷୀ

ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି ‘we state, you investigate’। ସରକାରଙ୍କ ଚାଷୀ ପ୍ରତି ଅହେତୁକ ଅନୁକମ୍ପା ର ପ୍ରଚାର ପ୍ରସାର ଚାଲିଛି। କିନ୍ତୁ ବାସ୍ତବ ଚିତ୍ରର ବୈଦ୍ଧ ଜିଲ୍ଲା ର ସାମ୍ବାଦିକ ବାସୁଦେବ ଷଣ୍ଢ ଙ୍କ କ୍ୟାମେରା ଲେନ୍ସ ରେ ଆମେ ଏଠାରେ ପ୍ରସାରଣ କରୁଅଛୁ।
ମଣ୍ଡିରୁ ଉଠୁନି ଧାନ , ଚିନ୍ତା ରେ ଚାଷୀ l ଧାନ ଉଠୁଛି ନା ଚାଷୀ ମଣ୍ଡିରେ ମୌସୁମୀ ବର୍ଷା ରେ ଧାନ କୁ ପକାଇ ଜଗି ରହି ପାରୁଛି l ମଣ୍ଡିରେ ପଡ଼ିରହିଥିବା ଧାନ ଏବେ ବର୍ଷାରେ ଭିଜି ଗଜା ହେବାକୁ ବସିଲାଣି l ଋଣ କରି ରବିଚାଷ କରିଥିବା ଚାଷୀଙ୍କୁ ଏବେ ଘାରିଛି ମଣ୍ଡିରେ ଧାନ ବିକିବା ଚିନ୍ତା l ଚାଷୀ ସମସ୍ୟା କୁ ନେଇ କଣ୍ଟାମାଲ ରୁ ଦେଖିବା ଏଇ ରିପୋର୍ଟ l

ଭିଓ – ୧- ମଣ୍ଡିରେ ପଡିଛି ଧାନ l ଋଣ କରି ରବି ଚାଷ କରି ଉପାର୍ଜିତ ଶସ୍ୟକୁ କିପରି ବିକିବେ ସେନେଇ ଏବେ ଚିନ୍ତା ରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ l ଚାଷୀଙ୍କ କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ ଏବେ ବିକ୍ରି ପାଇଁ ମଣ୍ଡିରେ ପଡି ଭିଜି ଗଜା ହେବାକୁ ବସିଲାଣି l

କେଉଁଠି ତ ଗଜା ମଧ୍ୟ ହୋଇଗଲାଣି l ଏବେ ବର୍ଷା ଯୋଗୁ ବର୍ଷାରେ ମଣ୍ଡିରେ ଧାନ ପଡ଼ିରହିଥିବା ଧାନ ଏବେ ଭିଜି ବାକୁ ବସିଛି l ଗୋଟଏପଟେ ଧାନର ମାନ ନିର୍ଧାରଣ କରି ସରକାର ଧାନ କିଣୁଥିବା ବେଳେ ଓଦା ଧାନ ର ମାନ କିପରି ରହିବ ତାହାଏବେ ମୁଣ୍ଡବ୍ୟଥା ର କାରଣ ପାଲଟିଛି l ବର୍ଷା ଯୋଗୁ ଧାନ ଢାଙ୍କିବାକୁ ସରକାର ପକ୍ଷରୁ ଜରିପାଳ ଟିଏ ମଧ୍ୟ ମିଳିନାହିଁ କିମ୍ବା ବର୍ଷା ରୁ ରକ୍ଷା ପାଇବାକୁ ଉପରେ ଛାଉଣୀ ଟିଏ ମଧ୍ୟ ନାହିଁ l ତେଣୁ ଖୋଲା ଆକାଶ ତଳେ ପଡ଼ିରହିଛି କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ l

ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋସ ଦେଖାଦେଇଛି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ

Leave a Reply

Your email address will not be published. Required fields are marked *