ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମବାୟ ସପ୍ତାହ ପାଳିତ। କେନ୍ଦ୍ରୀୟ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ସମବାୟରେ ବିରାଟ ପରିବର୍ତନ ହେଉଛି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ପ୍ରତ୍ୟେକ ପଂଚାୟତରେ ବହୁମୁଖୀ କୃଷି ସମବାୟ ସମିତି ଗଠନକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର ସମବାୟ ମନ୍ତ୍ରୀ ପ୍ରଦୀପବଳ ସାମନ୍ତପ୍ରକାଶ କରିଛନ୍ତି ଯେ ସମବାୟ ସଂସ୍ଥାକୁ ବିଗତ ଦିନରେ ତତ୍କାଳୀନ ସରକାର ଲୁଣ୍ଠନ କରି ଦୁର୍ନୀତିର ଗନ୍ତାଘର କରିଥିଲେ। ଆଗାମୀ ଦିନରେ ପଂଚାୟତର କୃଷି ସମବାୟ ସମିତି ଅଂଚଳ ଅର୍ଥନୀତିର ପ୍ରାଣକେନ୍ଦ୍ର ହେବ।

ଦେଶର ଗୃହମନ୍ତ୍ରୀ ତଥା ଦେଶର ପ୍ରଥମ ସମବାୟ ମନ୍ତ୍ରୀ ଅମିତ୍ ଶାହାଙ୍କ ନେତୃତ୍ୱରେ ସମବାୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆସିଛି। ଆଗାମୀ ଦିନରେ ପଂଚାୟତର କୃଷି ସମବାୟ ସମିତି ଅଂଚଳ ଅର୍ଥନୀତିର ପ୍ରାଣକେନ୍ଦ୍ର ହେବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ୭୨ତମ ଜାତୀୟ ସମବାୟ ସପ୍ତାହ ପାଳନ ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ସମବାୟ ପ୍ରକୋଷ୍ଠର ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ ଏଥିରେ ସଂଯୋଜନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମବାୟ ମନ୍ତ୍ରୀ ଡଃ ଅରବିନ୍ଦ ଢାଲି ଓ ସମୀର ରଞ୍ଜନ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ବରିଷ୍ଠ ସମବାୟବିତ୍ ଯଂଗେଶ୍ୱର ବାବୁ, ସୁଦର୍ଶନ ନାୟକ, ଡଃ. ହରିକୃଷ୍ଣ ମିଶ୍ର, ଅକ୍ଷୟ ମହାନ୍ତି, ଶେଷଦେବ ମେହେର, ସତ୍ୟବାନ ଜେନା, ଶ୍ରୀଧର ବେହେରା, ପ୍ରତାପ ସାମଲ, ପ୍ରଫୁଲ୍ଲ ଜେନା, ସରୋଜକାନ୍ତ ସାହୁ, ବନ୍ଦନା କାନୁନ୍ଗୋ, ପ୍ରେମଲତା ମିଶ୍ର, ବିଶ୍ୱଜିତ୍ ସ୍ୱାଇଁ, ସତ୍ୟ ରାଉତ, ସୁବାଷ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ପ୍ରକାଶ ଥାଉକି ନୂଆପଡାର ବିଜୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଏକପ୍ରକାର ଓଡିଶାର ଉନତି ପାଇଁ ମିଳିତ ଭାବେ ଲାଗିପଡିଛନ୍ତି। ପ୍ରତ୍ୟକ ସଫଳତା ପାଇଁ ଶ୍ରୀ ସାମଲ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଉଛନ୍ତି। ଏହା ଏକ ଭଲ ପରମ୍ପରା।
ଭୁବନେଶ୍ୱରରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।
