ମନମୋହନ ଚତୃର୍ଥଥର ସଭାପତି, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚତୃର୍ଥଥର ବିଧାୟକ

ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଲେ ମନମୋହନ ସାମଲ।
ସେ କହିଛନ୍ତି ଦଳ ସରକାରଙ୍କ ସହ ଖୁୂଂଟ ଭଳି ଠିଆ ହୋଇରହିବ।
କାର୍ଯ୍ୟକର୍ତାଙ୍କ ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିପାରିଛି।
ମୁଖ୍ୟମନ୍ତ୍ରି କହିଛନ୍ତି ଯେ ମନମୋହନ ଚତୁର୍ଥ ଥର ସଭାପତି, ମୋହନ ମାଝୀ ଚତୁର୍ଥ ଥର ବିଧାୟକ,ଏହି ଯୋଡ଼ାକୁ ଘୋଡ଼ା ସରି ନୁଁହନ୍ତି।   ମନମୋହନଙ୍କ ନେତୃତ୍ୱରେ ସରକାର ଏବଂ ସଂଗଠନ ଆଗକୁ ବଢ଼ିବ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।  ସମ୍ବିତ ପାତ୍ର କହିଛନ୍ତି ଯେ ରାଜ୍ୟରେ ଏବେ “ତ୍ରିପଲ ଏମ” ସରକାର। ମୋଦି, ମୋହନ, ମନମୋହନ।
 ବିଜେପି କର୍ମୀମାନେ ମତ ଦେଇଛନ୍ତି ଯେ  ଓଡ଼ିଶାରେ ଲମ୍ବା ଇନିଂସ ଖେଳିବ ବିଜେପି ସରକାର, ଅସମ୍ଭବ ବୋଲି ଆମ ଶଦ୍ଦକୋଷରେ ନାହିଁ, କାର୍ଯ୍ୟକର୍ତାଙ୍କ ଉଦ୍ୟମ ପାଇଁ ସାଇନ୍ ବୋର୍ଡ ପାର୍ଟିରୁ ସରକାରୀ ପାର୍ଟି ହୋଇଛୁ। ଏଥିରେ ମଧ୍ୟ ଶ୍ରୀ ସାମଲ ଏକମତ ହୋଇଛନ୍ତି।  ବାଜା, ବାଣରେ ଶ୍ରୀ ସାମଲଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
 ରାଜ୍ୟ ସଭାପତି ଭାବେ  ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ମନମୋହନ ସାମଲଙ୍କର ନୁହଁ, ତାହା ହେଉଛି କାର୍ଯ୍ୟକତାମାନଙ୍କ। କାଯ୍ୟକର୍ତା ପରିଶ୍ରମ କରି ନ ଥିଲେ, ଆମେ ସାଇନବୋର୍ଡ ପାର୍ଟିରୁ ଆଜି ସରକାରୀ ଦଳରେ ପହଁଚିନଥାନ୍ତେ। ୧୯୮୮ରେ ଆମକୁ ସାଇନ୍‌ବୋର୍ଡ ପାର୍ଟି ବୋଲି କୁହାଯାଉଥିଲା। ଆମକୁ ଅପମାନିତ କରାଯାଉଥିଲା। ମାତ୍ର ଆଜି ଆମେ ସରକାରୀ ଦଳ। ଏହା ହେଉଛି ଏକମାତ୍ର ଦଳ, ଯେଉଁ ଦଳରେ ଜଣେ ଚାହା ବିକାଳି ମଧ୍ୟ ପ୍ରଧାନମନ୍ତ୍ରୀ ହୋଇପାରେ, ଜଣେ ଶିଶୁମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରେ। ଦଳର କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଓ ଧୈର୍ଯ୍ୟ ଯୋଗୁ ବାରମ୍ବାର ଅପମାନକୁ ପ୍ରତିହତ କରି ଆଜି ଆମେ କ୍ଷମତା ହାସଲ କରିପାରିଛୁ। କାର୍ଯ୍ୟକର୍ତା ପରିଶ୍ରମ କରି ନ ଥିଲେ ଆଜି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ହୋଇନଥାନ୍ତା।
ଓଡ଼ିଶା ସମ୍ଭାବନାର ରାଜ୍ୟ। ଏଠାରେ ଖଣି, ପାଣି, ଜଙ୍ଗଲ ଜମି ଓ ଲୋକ ଅଛନ୍ତି। ଆମେ ସରକାରକୁ ଆସିଲେ ବୋଲି ଆମୂଳଚୂଳ ଆଇନ୍‌ରେ ପରିବର୍ତନ କରି ଲୋକଙ୍କୁ ସେବା ଯୋଗାଇଦେଇ ପାରୁଛୁ। ଆମ ସରକାରଙ୍କ ପାଇଁ ଓଡ଼ିଶାରେ ଆଜି ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି। ବିଜେପି ସରକାର ପାଇଁ ଆଜି ଓଡ଼ିଶାର ଚିତ୍ର ବଦଳୁଛି। ଓଡ଼ିଶାବାସୀଙ୍କ ସେବା ପାଇଁ ସରକାରଙ୍କ ସହ ଦଳ ଖୁଂଟଭାବେ ଛିଡ଼ା ହୋଇ ରହିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଭାବେ ୪ର୍ଥ ଥର ପାଇଁ ଦାୟିତ୍ୱ ଗ୍ରହଣ ଅବସରରେ ମନମୋହନ ସାମଲ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ରାଜ୍ୟ ସଭାପତି ଭାବେ ନାଁ ଘୋଷଣା ହେବା ପରେ ଶ୍ରୀ ସାମଲଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ବିହାର ସାଂସଦ ସଞ୍ଜୟ ଜୟସ୍ୱାଲ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହାପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମୀର ମହାନ୍ତିଙ୍କ ସମେତ ସମସ୍ତ ସାଂସଦ, ବିଧାୟକ, ମନ୍ତ୍ରୀମଣ୍ଡଳ, ରାଜ୍ୟ ଓ ଜିଲ୍ଲାର ସମସ୍ତ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ନୂତନ ରାଜ୍ୟ ସଭାପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଭୁବନେଶ୍ୱରରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଗିରିଧାରୀଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *