ମନେପଡେ ରେବତୀ ଓ ଛ ମାଣ ଆଠଗୁଣ୍ଠ

 

ବ୍ୟାସକବି ଫକୀରମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ। ‘ଛ ମାଣ ଆଠଗୁଣ୍ଠ’ , ‘ରେବତୀ’ , ‘ଲଛମା’ ଆଜି ବି ଯୁଗୋପଯୋଗୀ ଫକୀର ମୋହନ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ ଅଟନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜିର ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଡଃ ଅମିୟ ପଟ୍ଟନାୟକ ଫକୀର ମୋହନଙ୍କୁ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ ବୋଲି କହିବା ସହ ସାମାଜିକ ବ୍ୟବସ୍ଥାରେ ନାରୀ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅଦମ୍ୟ ଚେଷ୍ଟା ତାଙ୍କୁ କାଳଜୟୀ କରିଛି ବୋଲି ପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ ଅଧୀନ ସେଣ୍ଟର୍ ଫର୍ ଜୁଡ଼ିଶିଆଲ ଆର୍କାଇଭସ୍ ର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ଲଲାଟେନ୍ଦୁ ଦାସ ମହାପାତ୍ର, ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ସଭାପତି ଜୀବନ କୁମାର ମହାପାତ୍ର, ସମ୍ପାଦକ ଅଜୟ ମହାନ୍ତି, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ଟେକ୍ନିକାଲ) ଗୁରୁବୀର ସିଂ, ଉପନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।


ସଭାର ସଭାପତି ତଥା ବିଭାଗର ନିର୍ଦ୍ଦେଶକ (ଟେକ୍ନିକାଲ) ଅଭିଭାଷଣ ଦେଇ କହିଛନ୍ତି ଯେ ବ୍ୟବସ୍ଥାର ଆଲୋଚନା ସହିତ କୁସଂସ୍କାର ଦୂର କରିବା ଦିଗରେ ବ୍ୟାସକବିଙ୍କ ଅବଦାନ ଅବିସ୍ମରଣୀୟ । ରେବତୀ ଗଳ୍ପ ଆଜି ବି ସମୟୋପଯୋଗୀ । ସେ ‘ଛ ମାଣ ଆଠଗୁଣ୍ଠ’ ହେଉ ବା ‘ରେବତୀ’ କିମ୍ବା ‘ଲଛମା’ ଆଜି ବି ଯୁଗୋପଯୋଗୀ । ବହୁବର୍ଷ ଆଗରୁ ସେ ଯେଉଁ ଚରିତ୍ରମାନଙ୍କୁ ଗଢ଼ି ଦେଇ ଯାଇଛନ୍ତି, ସେମାନେ ଆଜି ମଧ୍ୟ ଭିନ୍ନ ରୂପରେ ଜୀବନ୍ତ ଅଛନ୍ତି ।


ଏଥିସହ କାର୍ଯ୍ୟକ୍ରମରେ ବିଭାଗର ଉପନିର୍ଦ୍ଦେଶକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ଲୋକସଂପର୍କ ଅଧିକାରୀ ଅଂଶୁମାନ ସାହୁ ମଞ୍ଚ ପରିଚାଳନା କରିଥିଲେ।
ଭୁବନେଶ୍ୱରରୁ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *