ମାନବାଧିକାର ଦିବସ ପାଳନ ପରିପ୍ରେକ୍ଷୀରେ ମହିଳା ବିରୋଧି ହିଂସା ନିରାକରଣ ନିମନ୍ତେ ସଚେତନତା ବାର୍ତ୍ତା । ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ କଲ୍ଯାଣ ବିଭାଗ, ଆଇ ଏସ ଆର ଡି- ୱାନ ଷ୍ଟପ୍ ସେଣ୍ଟର ଓ ଶକ୍ତି ସଦନର ମିଳିତ ଆନୁକୁଲ୍ଯରେ ମହିଳା ଓ ବାଳିକା ମାନଙ୍କ ବିରୋଧରେ ହେଉଥିବା ହିଂସା କୁ ସଂପୂର୍ଣ୍ଣ ଭାବେ ଶେଷ କରିବା ପାଇଁ ମିଳିତ ଭାବରେ ଷୋହଳ ଦିନିଆ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସୋରେନ୍ ଓ ଓ୍ବାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ର ପରିଚାଳିକା ମହେଶ୍ବେତା ପାଢୀଙ୍କ ତତ୍ତ୍ବାବଧାନରେ ଆରମ୍ଭ କରାଯାଇଥିଲା । ଲିଙ୍ଗଭିତ୍ତିକ ହିଂସା ବିରୁଦ୍ଧରେ ଷୋହଳ ଦିନିଆ କାର୍ଯ୍ୟକଳାପ, ଏକ ଆନ୍ତର୍ଜାତୀୟ ଅଭିଯାନ, ଯାହା ବ୍ୟାପକ ସଚେତନତା ସୃଷ୍ଟି କରିବା, ମହିଳା ଏବଂ ବାଳିକାମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାରର ହିଂସାକୁ ଦୂର କରିବା ପାଇଁ ଲକ୍ଷ୍ୟ ରଖିଛି ।

ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ଯତମ ଅତିଥି ଭାବେ ଉପ ଆରକ୍ଷୀ ଅଧୀକ୍ଷକ ବିଶ୍ବଜ ରାଉତରାୟ ସାଇବର କ୍ରାଇମ୍ ଓ ଏହାର ନିରାକରଣ ଏବଂ ଡିଜିଟାଲ୍ ଆରେଷ୍ଟ ଉପରେ ସଚେତନତା କରାଇଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର କର୍ମକର୍ତ୍ତା, ବ୍ଲକ୍ ସମନ୍ବୀତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଶକ୍ତି ସଦନର କର୍ମକର୍ତ୍ତା ସ୍ନେହମୟୀ ପାଢୀ, ସୌଦାମିନୀ ସାହୁ, ଐଶ୍ବର୍ଯ୍ୟା ସାବତ, ଆସ୍କିଲା ରାଇକା, ପ୍ରଭାସିନୀ ପାଣିଗ୍ରାହୀ, ମଧୁସ୍ମିତା ମଲ୍ଲିକ, ଶୟନୀ ମଲ୍ଲିକ, ସୁଶୋଭିତା କାର୍ଯି, ପ୍ରଭାତ କୁମାର ପାଢୀ ଓ ଗୋପାଳ କୃଷ୍ଣ ଦଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଗଞ୍ଜାମ ଜିଲ୍ଲାରୁ ପୁପୁନ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
