ମହୁମାଛି ଆକ୍ରମଣ ରେ ସ୍ୱାମୀ ସ୍ତ୍ରୀ ଗୁରୁତର

ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକରେ ମହୁମାଛି ଆକ୍ରମଣ ରେ
ସ୍ୱାମୀ ସ୍ତ୍ରୀ ଗୁରୁତର। ବନବିଭାଗ ହାତୀ, ବାଘ ଓ ବନ୍ୟଜନ୍ତୁ ମାନଙ୍କ ଦ୍ଵାରା ହେଉଥିବା କ୍ଷୟକ୍ଷତିର କ୍ଷତିପୂରଣ ଦେଉଛନ୍ତି। କିନ୍ତୁ ମହୁମାଛି ଏଥିରୁ ବାଦ ପଡିଛି। ବାସ୍ତବରେ ମହୁମାଛି ଦ୍ଵାରା ହେଉଥିବା କ୍ଷୟକ୍ଷତିକୁ ବନବିଭାଗ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ କ୍ଷୟକ୍ଷତିର ଭରଣା କରିବା ଉଚିତ୍।
ସେ ଯାହାବି ହେଉ ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସଦର ୧ ନମ୍ବର ୱାର୍ଡ ବଡଦ୍ୱାର ସାହି କଲ୍ୟାଣୀ ନଦୀ ବ୍ରିଜ ପରିସରରେ ମହୁମାଛି ଆକ୍ରମଣ ଦ୍ୱାରା ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି।

ଅପରାହ୍ନ ସମୟରେ ପାର୍ସାଲି ପଞ୍ଚାୟତ କାଡ଼ଙ୍ଗେଲି ଗ୍ରାମର କାଡ୍ରାକା ମିଣି ବୟସ ୬୫ ବର୍ଷ, ସ୍ତ୍ରୀ କାଡ୍ରାକା କୁମରାଡ଼ି ବୟସ ୬୦ ବର୍ଷ ଦୁହେଁ କଲ୍ୟାଣ ସିଂହପୁର ବ୍ୟାଙ୍କ କୁ ( KYC ) ଓ ପୁରୁଣା ପାସ୍ ଵୁକ୍ ଦେଇ ନୂତନ ପାସ୍ ଵୁକ୍ ବଦଳି କରିବାକୁ ଯାଇ ନିଜ ଘରକୁ ଫେରୁଥିବା ସମୟରେ ବଡଦ୍ୱାର ସାହି କଲ୍ୟାଣୀ ନଦୀ ବ୍ରିଜ ଠାରେ ମହୁମାଛି ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ଉକ୍ତ ବ୍ରିଜ ଦେଇ ନିୟମଗିରି, ଜଗନ୍ନାଥ ପୁର, ପୋଲମା,ଥେରୁବାଲି ଦେଇ ଅଞ୍ଚଳର ଲୋକେ ରାୟଗଡା ପ୍ରତିଦିନ ଯିବାଆସିବା କରୁଥିବା ବେଳେ ବ୍ରିଜ ତଳଭାଗରେ ୩ଟି ମହୁଫେଣା କରି ବସା ବାନ୍ଧି ରହିଛି ମହୁମାଛି। ଏହି ମହୁମାଛି ସମୟ ସମୟରେ ତାଣ୍ଡବ କରୁଥିବା ସକାଶେ ଲୋକେ ଭୟଭୀତ ହେଉଛନ୍ତି।

ସେହିପରି ଆଜି ମଧ୍ୟ ମହୁମାଛି ର ତାଣ୍ଡବ ଦିନ ଦୁଇ ପହରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ପାର୍ସାଲି ପଂଚାୟତ କାଡ଼ଙ୍ଗେଲି ଗ୍ରାମର ବୃଦ୍ଧ ସ୍ୱାମୀ ସ୍ତ୍ରୀ ମହୁମାଛି ର ହାବୁଡ଼ରେ ପଡିଥିଲେ।ଉଭୟ ସ୍ୱାମୀ ସ୍ତ୍ରୀ ବୃଦ୍ଧଥିବାରୁ ଦୌଡ଼ି ପାରିନଥିଲେ ଫଳରେ ମହୁମାଛି ର ଶିକାର ହୋଇଥିଲେ। ଦୁହି ସ୍ୱାମୀ ସ୍ତ୍ରୀ କୁ ଗୋଟେ ନୁହଁକି ଦୁଇଟି ନୁହଁ ଶହ ଶହ ମହୁମାଛି ଆକ୍ରମଣ କରିଥିଲା। ସେହି ସମୟରେ ପାଖରେ ଥିବା ଇଣ୍ଡିଆନ ପେଟ୍ରୋଲିୟମ ପାର୍ଶ୍ଵରେ ଲୋକେ କିଛି ସମୟ ଭୟ ଭିତରେ ଦୁଇ ପାର୍ଶରେ ଅଟକି ରହିଥିଲେ। ସେହି ସମୟରେ ଉକ୍ତରାସ୍ତା ଦେଇ( ଫୋକ୍ସ ପ୍ଲୁସ ଓ ଆଞ୍ଚଳିକ ଖବର ) ପ୍ରତିନିଧି କାମେଶ୍ୱର କରକରିଆ ଓ ଭଣଜା ହିମେଶ କୌଶଲ୍ୟା ସ୍ୱାମୀ ସ୍ତ୍ରୀ ମହୁମାଛି ଆକ୍ରମଣରେ ଗୁରୁତର ହୋଇଥିବା ଦେଖି ଗୁରୁତର ସ୍ୱାମୀ ସ୍ତ୍ରୀ ଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ଡାକ୍ତର ଗୁରୁତର ସ୍ୱାମୀ ସ୍ତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ସ୍ୱାମୀ ସ୍ତ୍ରୀ ଔଷଧ ଦେଇ ସୁସ୍ଥହୋଇ ଘରକୁ ଯିବାକୁ କହିଥିଲେ। ମହୁମାଛି ବାରମ୍ବାର ଆକ୍ରମଣ ପରେ ବି ପ୍ରଶାସନ ହାତବାନ୍ଧି ଚୁପ। ମହୁମାଛି ଆକ୍ରମଣ ଘଟଣାରେ କାହାର ଜୀବନ ଯାଉଛି ତୋ କିଏ ମୃତ୍ୟୁ ମୁଖରୁ ଫେରୁଛି।ଏହିପରି କିଛି ମାସ ଆଗରୁ ନାଗାରାଜୁ ଙ୍କ ପିତା ଜି.ବେଣୁ ଗୋପାଳ ପୂଜା କରିବାକୁ ଯାଇ ମହୁମାଛି ର ଶିକାର ହୋଇ ଦୌଡ଼ି ନ ପାରି ହୃଦଘାତରେ ମୃତ୍ୟୁ ହୋଇଥିଲା। ସୁଭଦ୍ରା ଯୋଜନା ଆରମ୍ବ ରେ ପଶୁ ଚିକତ୍ସକ ଡାକ୍ତର ବିଚିତ୍ରା ନନ୍ଦ ସାହୁ ମୃତ୍ୟୁ ମୁଖରୁ ଫେରିଥିବା ଦେଖିବାକୁ ମିଳିଥିଲା।

ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ବନବିଭାଗ ବା ବ୍ଲକ ପ୍ରଶାସନ ଦୃଷ୍ଟି ରଖି ହାଇସ୍କୁଲ, ଶିବ ମନ୍ଦିର ପାର୍ଶ୍ୱ ପାଣିଟାଙ୍କି ଓ ବଡଦ୍ୱାର ସାହି କଲ୍ୟାଣୀ ନଦୀ ବ୍ରିଜ ର ମହୁଫେଣା ଗୁଡିକୁ କାଢ଼ି ମହୁମାଛି ମାନଙ୍କୁ ଜଙ୍ଗଲ ମୁହା କରିଲେ ଲୋକେ ମହୁମାଛି ଆକ୍ରମଣରୁ ରକ୍ଷା ପାଇଥାନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *