ବାସ୍ତବରେ ମାଓ ସଂଗଠନ ସୃଷ୍ଟି ହୋଇଥିଲା, ଅବହେଳିତ ଜନଜାତି ଏବଂ ନିରୀହ ଜନଜାତିଙ୍କୁ ନିଜର ହକ ଦେବାପାଇଁ। ବାସ୍ତବ କ୍ଷେତ୍ରରେ ସେମାନେ ନିଜ ସଂକଳ୍ପ ରୁ ଦୁରେଇ ଯାଇଛନ୍ତି ଏବଂ ଜଙ୍ଘଲ ପାହାଡ ଏରିଆରେ ରହୁଥିବା ଗ୍ରାମବାସୀମାନଙ୍କର ବିଶ୍ୱାସ ଭାଜନ ହୋଇପାରିନାହାନ୍ତି। ଅନ୍ୟ ପକ୍ଷରେ ସରକାରଙ୍କର ଉନତି ମୂଳକ କାର୍ଯ୍ୟ ଏବଂ ମାଓ ଦମନର ପ୍ରକ୍ରିୟାର ସୁପରିଚାଳନା ଅତି ଉତ୍ତମ। ଏବେ ସମୟ ଆସିଛି ମାଓ ଦମନ ଅଭିଯାନର।
ସେ ଯାହାବି ହେଉ ଘଞ୍ଚ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷା କର୍ମୀ ମଧ୍ୟରେ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ।
ମାଓ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ ହୋଇଛନ୍ତି। ଏଥିସହ ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ ମାଓବାଦୀ ଦ୍ଵୟ ମଙ୍କୁ ଏବଂ ଚନ୍ଦନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କନ୍ଧମାଳ ଜିଲାରେ ସକ୍ରିୟ ଥିବା ମାଓବାଦୀ ଗ୍ରୁପର ମଙ୍କୁ ଏସିଏମ କ୍ୟାଡର ଏବଂ ଚନ୍ଦନ ପାର୍ଟି ସଦସ୍ୟ ବୋଲି ପୁଲିସ ପ୍ରାରମ୍ଭିକ ସୂଚନା ପାଇଛି। ଗୁଇନ୍ଦା ସୂଚନା ଅନୁସାରେ, ବାଲିଗୁଡା ଥାନା ଅଧୀନସ୍ତ ଇନ୍ଦ୍ରିସୁଗା ସଂରକ୍ଷିତ ଜଙ୍ଗଲ ନିକଟରେ କିଛି ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଜିଲା ପୁଲିସ ଗୁଇନ୍ଦା ସୂତ୍ରରୁ ଖବର ପାଇଥିଲା।
ଏହାପରେ କନ୍ଧମାଳ ଏସପି ହରିଶ ବି ସିଂହ ନିର୍ଦ୍ଦେଶକ୍ରମେ ଜିଲାର ଡିଭିଏଫ ଯବାନ ଟିମ୍ ସମ୍ପୃକ୍ତ ଅଞ୍ଚଳରେ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ସମୟରେ ଡିଭିଏଫ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ମଙ୍କୁ ଏବଂ ଚନ୍ଦନଙ୍କ ମୃତ୍ୟୁ ଘଟିଛି। ପୁଲିସ ଉଭୟଙ୍କ ମୃତଦେହ ଜବତ କରିବା ସହ ଅଦ୍ୟାବଧି ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ ଏସଓ଼ଜି, ଡିଭିଏଫ, ଏବଂ ସିଆରପିଏଫ ର ମିଳିତ ଅପେରସନ ଜୋରଦାର ଜାରୀ ରହିଛି।
ଫୁଲବାଣୀ ରୁ ଫଟୋ ନ୍ୟୁଜ ଟାଇମସର ସ୍ୱତନ୍ତ୍ର ପ୍ରତିନିଧି ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ।