ମାରୱାଡ଼ି ଯୁବମଞ୍ଚ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ନିଶୁଳ୍କ କୂତ୍ରିମ ଅଙ୍ଗ ପ୍ରଦାନ ଶିବିର। ରାୟଗଡ଼ ସହରସ୍ଥିତ ଭେଙ୍କେଟଶ୍ୱର କଲ୍ୟାଣ ମଣ୍ଡପ ଠାରେ ଚଳିତ ମାସ 12ମାର୍ଚ୍ଚ ଅର୍ଥାତ ଗୁରୁବାର ଠାରୁ 14ମାର୍ଚ୍ଚ ଶନିବାର ପର୍ୟ୍ୟନ୍ତ ଭିନ୍ନକ୍ଷମ ମାନଙ୍କୁ କୂତ୍ରିମ ଅଙ୍ଗ ପ୍ରଦାନ ଶିବିର ଅନୁଷ୍ଠିତ ହେବ ବୋଲି କହିଛନ୍ତି ସଂଘ ସଭାପତି କମଲ କୁମାର ମାଟାନିଆ ।

ଉକ୍ତ ଶିବିରରେ ଆସୁଥିବା ଦିଵ୍ୟାଙ୍ଗ ଭାଇ ଭଉଣି ମାନଙ୍କ ପାଇଁ ନିଶୁଳ୍କ ରହିବା, ଖାଇବା, ଓ ଯାତାୟାତ ଖର୍ଚ୍ଚ ମଧ୍ୟ ସଂଘ ପକ୍ଷରୁ ବହନ କରଯାଉଛି ବୋଲି କହିଛନ୍ତି ସଭାପତି। ତତ୍ ସହିତ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ଦେଇଥିବା କୃତ୍ରିମ ଅଙ୍ଗ ନିଶୁଳ୍କ ପ୍ରଦାନ କରାଯାଉଥିବା ଦିବ୍ୟାଙ୍ଗ ମାନେ ନିଜ ନିଜ ପ୍ରତିକ୍ରିୟା ସଂଘର ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ମାରୱାଡ଼ି ଯୁବାମଞ୍ଚ ସବୁବେଳେ, ସବୁ ସମୟରେ ସମାଜ ପାଇଁ ଜନ ହିତକାରୀ କାର୍ଯ୍ୟ କରିବାରେ ଆଗ ଧାଡ଼ିରେ ରୁହନ୍ତି ବୋଲି ସ୍ଥାନୀୟ ଲୋକମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି।

ମାରୱାଡ଼ି ଯୁବାମଞ୍ଚ ଏଥି ବ୍ୟତୀତ ରକ୍ତ ଦାନ ଶିବିର, ବୃକ୍ଷ ରୋପଣ, ଶିତ ବସ୍ତ୍ର ପ୍ରଦାନ, ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନ ଭଳି ଜନଗହଳି ସ୍ଥାନ ଗୁଡିକରେ ଥଣ୍ଡା ପାନୀୟ ଜଳର ଫ୍ରୀଜ୍ ଲଗାଇବା ଓ ଜଳଛତ୍ରର ବ୍ୟବସ୍ଥା କରନ୍ତି। ସେହିଭଳି ରଥଯାତ୍ରା, ଚଇତି ଏବଂ ଜିଲ୍ଳାର ଅନେକ କାର୍ଯ୍ୟକ୍ରମ ଗୁଡିକରେ ଶୁଖିଲା ଖାଦ୍ୟ ଏବଂ ପାନୀୟ ଜଳର ବ୍ୟବସ୍ଥା କରି ଚର୍ଚ୍ଚା ରେ ରହି ଆସୁଛନ୍ତି। ଏପରି ସେବା ମନବୃତ୍ତିକୁ ରାୟଗଡ଼ ଭିନ୍ନକ୍ଷମ ମହାସଂଘ ସଂପାଦକ ଶ୍ରୀ ଅମର ନାଥ ସାଧୁବାଦ୍ ଜଣାଇବା ସହିତ ମାରୱାଡ଼ି ଯୁବାମଞ୍ଚ ପରୋପକାର ଓ ନିସ୍ୱାର୍ଥ ସେବା ଆଗକୁ ଏହିଭଳି ଜାରି ରହୁ ସେବା ହିଁ ପରମ ଧର୍ମ ବୋଲି ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ରାୟଗଡା ରୁ ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
