ଗତ ଜୁଲାଇ ୭ ତାରିଖ ରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା – କଣ୍ଟାମାଳ ରାଜ୍ୟ ରାଜପଥ ନଂ ୪୧ ଶୁଲିଆ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ବଡ଼କୁଶଙ୍ଗ ଗ୍ରାମର ଦୟାନିଧି ରଣା ଙ୍କ ମୃତ୍ୟୁ ହୋଇଥିଲା l ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସରକାର ପକ୍ଷରୁ ଘୋଷଣା କରାଯାଇଥିଲା l ଉକ୍ତ ସହାୟତା ରାଶି ଶୁକ୍ରବାର ଦିନ ପ୍ରଦାନ କରାଯାଇଛି l ଉକ୍ତ ପରିବାର ପାଖରେ କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ ଓ କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀ ଙ୍କ ଉପସ୍ଥିତି ରେ ପୀଡ଼ିତ ପରିବାରଙ୍କୁ ୪ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ
ମୃତକଙ୍କ ପରିବାରକୁ ମୁଖ୍ୟନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ l
