ମୋଟୁରେ ମହାସଂଗ୍ରାମ ଏବଂ ମିଳିତ କ୍ରିୟାନୁଷ୍ଠାନର ଗଣସଂଗ୍ରାମ।ପୋଲାଭରମକୁ ନେଇ ମୋଟୁରେ ଜନ ଅସନ୍ତୋଷ। କଳସ ଯାତ୍ରା, ବିକ୍ଷୋଭ ଶୋଭାଯାତ୍ରା କରି ଚେତେଇଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ। ମରିବୁ ପଛେ ମାଟି ଛାଡିବୁ ନାହିଁ ନାରାରେ ଗର୍ଜିଲେ ଲୋକେ। ଭିଟାମାଟି ହକ୍ ପାଇଁ ଏକାଠି ହେଲେ ସହସହ ଆଦିବାସୀ ମହିଳା ଓ ପୁରୁଷ। ପ୍ରକଳ୍ପ ହେଲେ ଲାଭବାନ ହବ ଆନ୍ଧ୍ର କିନ୍ତୁ ଓଡ଼ିଶାର ହେବ କ୍ଷତି । ମାଲକାନଗିରି ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବ। ହାଟରେ ପ୍ଳାକାର୍ଡ଼ ମୁଣ୍ଡରେ କଳସ ଧରି ଶୋଭାଯାତ୍ରା କରିଛନ୍ତି ମହିଳା। ହକ୍ ପୂରଣ ନ ହେଲେ ଦିଲ୍ଲୀ ଯିବୁ ନାରାରେ କମ୍ପିଲା ମୋଟୁ। ଆନ୍ଧ୍ର, ଓଡିଶା, ଛତ୍ତିଶଗଡ଼ ର ମଧ୍ୟ ବହୁ ଲୋକେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଏହାକୁ ମୁଖମନ୍ତ୍ରୀ ଥିବା ସମୟରୁ ବିରୋଧ କରୁଥିଲେ ଆଗକୁ ମଧ୍ୟ ବିରୋଧ କରିବେ ବୋଲି କହିଛନ୍ତି। ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ଆର୍ଥିକ ଅନୁଦାନ ଦେଇଥିବା ବେଳେ ଚୁପ ବସିଛି ରାଜ୍ୟର ଡବଲ ଇଞ୍ଜିନ ସରକାର । ଆପତ୍ତି ନକରି ବରଂ ସମର୍ଥନ ଜଣାଇଛନ୍ତି । ଆଦିବାସୀଙ୍କ ବ୍ୟାପକ କ୍ଷତି ହେବାକୁ ଯାଉଥିବାବେଳେ ରାଜ୍ୟ ସରକାର ଚୁପ ବସିଛନ୍ତି । ଅସ୍ମିତା କେବଳ ସ୍ଲୋଗାନରେ ରହିଯାଇଛି ।ନବୀନ କ୍ରିୟାନୁଷ୍ଠାନ କମିଟି କହିଛି ଯେ ଏହା ଏକ ହକ୍ ର ଲଢେଇ।
ଏହି କମିଟି ଏବେ ଏକ ବୃହତ୍ ଆନ୍ଦୋଳନର ଆବହାନ କରିଛି।
ମୋଟୁ ମୁଗୀ ପଏଣ୍ଟରୁ ଆରମ୍ଭ ହୋଇ ଏକ ବିଶାଳ କଳସ ଶୋଭାଯାତ୍ରା ସଭାସ୍ଥଳୀକୁ ଯାଇଛି। ଏହି ଅନ୍ଦୋଳନ ମଧ୍ୟ ଜଳଯାତ୍ରା ଆନ୍ଦୋଳନ ଆରମ୍ଭ କରିବ। ଏହି ପ୍ରକଳ୍ପ ରୂପାଏଣ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର କାଲିମେଳା, ପଡିଆ ବ୍ଲକ ଏବଂ ମାଥିଲି, କୋରକୋଣ୍ଡା ଅଞ୍ଚଳଗୁଡ଼ିକ ବହୁମାତ୍ରାରେ ପ୍ରଭାବିତ ହେବ। ଏଥି ଯୋଗୁଁ ହଜାର ହଜାର ଆଦିବାସୀ ଜୀବନ-ଜୀବିକା ହରାଇବେ।
ମୋଟୁରେ ମହାସଂଗ୍ରାମ ଏବଂ ମିଳିତ କ୍ରିୟାନୁଷ୍ଠାନର ଗଣସଂଗ୍ରାମ।ପୋଲାଭରମକୁ ନେଇ ମୋଟୁରେ ଜନ ଅସନ୍ତୋଷ।
