ମୋଦିଜୀଙ୍କ ପ୍ରୟାସ ବ୍ୟକ୍ତି, ସମାଜ ଓ ଦେଶ ନିିର୍ମାଣରେ ସହାୟକ ହୋଇଛି ବୋଲି ମନମୋହନ ସାମଲ ମତ ରଖିଛନ୍ତି।

ମୋଦିଜୀଙ୍କ ପ୍ରୟାସ ବ୍ୟକ୍ତି, ସମାଜ ଓ ଦେଶ ନିିର୍ମାଣରେ ସହାୟକ ହୋଇଛି ବୋଲି ମନମୋହନ ସାମଲ ମତ ରଖିଛନ୍ତି। ସମାଜରେ ସଚେତନତା ସୃଷ୍ଟି ହେବା ସହ ଜନସାଧାରଣଙ୍କୁ ପ୍ରେରଣା ଯୋଗାଇଛି “ମନ୍ କି ବାତ୍‌” କାର୍ଯ୍ୟକ୍ରମ।ସ୍ୱଦେଶୀ ଅଭିଯାନ ଜରିଆରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ମୋଦିଜୀ ଆହ୍ୱାନକୁ ମିଳିମିଶି ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ତାଙ୍କ ୧୨୬ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।

ଏହି ଅବସରରେ ଶ୍ରୀ ମୋଦିଜୀ ଆତ୍ମନିର୍ଭର ଭାରତ ପାଇଁ ସ୍ୱଦେଶୀ ଅଭିଯାନ ଉପରେ ଗୁରୁତ୍ୱ ଦେବା ସହ ସହିଦ ଭଗତ୍ ସିଂ ଏବଂ ଭାରତରତ୍ନ ଲତା ମଙ୍ଗେଶକରଙ୍କୁ ସେମାନଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ନାରୀଶକ୍ତି କିଭଳି ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ସେବିଷୟରେ କହିଛନ୍ତି ।

ଛଟ୍‌ପୂଜାଠାରୁ ଆରମ୍ଭ କରି ଦଶହରା ପର୍ଯ୍ୟନ୍ତ ସବୁ ପର୍ବପର୍ବାଣୀ ପ୍ରସଙ୍ଗରେ କହି ସାଧାରଣ ବିଷୟକୁ ଲୋକଲୋଚନକୁ ଆଣିଛନ୍ତି । ଏହାଦ୍ୱାରା ସମାଜରେ ସଚେତନତା ସୃଷ୍ଟି ହେବା ସହ ଜନସାଧାରଣଙ୍କୁ ପ୍ରେରଣା ଯୋଗାଇଛି ।

ସେମାନଙ୍କ ମଧ୍ୟରେ ନୂଆ ଉତ୍ସାହ ଦେଖିବାକୁ ମିଳୁଛି । ମୋଦିଜୀଙ୍କ ପ୍ରୟାସ ବ୍ୟକ୍ତି, ସମାଜ ଓ ଦେଶ ନିିର୍ମାଣରେ ସହାୟକ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।


ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *