ଯୁବ ପିଢିଙ୍କ ପାଇଁ ନିଶା କାରବାର ପାଲଟିଛି “ରାତିକେ ହାତିଏ”। କେବଳ ଯୁବକ ନୁହନ୍ତି ଯୁବତୀ ମାନେ ମଧ୍ୟ ଏଥିରେ ସାମିଲ ହେଲେଣି। ଏହାକୁ କଣ ଆମେ କହିବା Women Empowerment। ସକାଳ ପ୍ରାୟ ୦୯.୧୫ ସମୟରେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ପସରା ଠାରେ ଅବକାରୀ ବିଭାଗ କନ୍ଧମାଳ ଫୁଲବାଣୀ ମୋବାଇଲ ପକ୍ଷରୁ ସୂଚନା ମୁତାବକ ପେଟ୍ରୋଲିଂ ଜାରି ରଖିଥିଲେ। ଏହି ସମୟରେ ଦୃତ ଗତିରେ ଏକ ଏଟ୍ରିକା କାର OD-07-AH-8305 ରେ ଏସ୍କୋଟ ଦେବା ପାଇଁ ଆସୁଥିବା ବେଳେ ଅବକାରୀ ମୋବାଇଲ ଟିମ୍ ହାତରେ ପଡିଥିଲେ। ପର ମୁହୂର୍ତରେ ଗୋଟିଏ ମାରୁତି XL6 OD-02-BW-8208 ସହିତ ଗୋଟିଏ ଲାଲ ରଙ୍ଗର ଅତୁଲ ଅଟୋ ଯାହାର ରେଜିଷ୍ଟ୍ରେସନ୍ ନମ୍ବର-OD-09-U-2729 କୁ ଜବତ କରିଥିଲେ। ଜବତ ଗାଡ଼ି XL6 କାର ରୁ ଦୁଇଟି ବସ୍ତା ଜବତ କରାଯାଇଥିଲା ଜବତ ଦୁଇଟି ବସ୍ତାରୁ 30 କିଲୋ ଗଞ୍ଜେଇ ବାହାରିଥିବା ବେଳେ ଅତୁଲ ଅଟୋ ରୁ ମଧ୍ୟ ଦୁଇଟି ବସ୍ତା ଜବତ କରିଥିଲେ। ଜବତ ଦୁଇଟି ବସ୍ତାରୁ 50 କିଲୋ ଗଞ୍ଜେଇ ଥିବା ଜଣାପଡିଛି ।

ଜବତ ଗଞ୍ଜେଇ ସହ ଦୁଇଟି କାର ଓ ଗୋଟିଏ ଅତୁଲ ଅଟୋ ଜବତ କରିଛନ୍ତି । ଏହି ଗଞ୍ଜେଇ ଚୋରାଚାଲାଣ ରେ ତିନୋଟି ପୁଅ ଓ ଗୋଟିଏ ଝିଅ ଥିବା ସୂଚନା ରହିଛି । ସୂଚନା ଅନୁସାରେ ତିନି ଜଣ ପୁଅଙ୍କ ମଧ୍ୟରୁ ଜଣେ ଟିକାବାଲି ତେଙ୍ଗେଣା ପଥରର ହୋଇଥିବା ବେଳେ ଆଉ ଜଣେ ଦାରିଙ୍ଗବାଡି ବ୍ଲକ୍ ଗ୍ରିନ ବାଡ଼ିର ବୋଲି ଜଣା ପଡ଼ିଥିଲା।
ଅନ୍ୟ ଜଣେ ଫୁଲବାଣୀ ବ୍ଲକ୍ ର ବଇଡା ଗ୍ରାମର ବୋଲି ସୂଚନା ଥିବାବେଳେ ଫିରିଙ୍ଗିଆ ଅଞ୍ଚଳର ଜଣେ 30 ବର୍ଷୀୟ ମହିଳା ମଧ୍ୟ ଏଥିରେ ସାମିଲ ଥିବା ଜଣାପଡିଛି।
ଫୁଲବାଣୀରୁ ଶିବାଜୀ ଜେନାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
