ରାଜଗାଙ୍ଗପୁର ସହର ଓ ଆଖପାଖ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ସୋମବାର ଶ୍ରାବଣ ଜଳାଭିଷେକ ପୂଜାର୍ଚ୍ଚନା ଅନୁଷ୍ଠିତ

ରାଜଗାଙ୍ଗପୁର ସହର ଓ ଆଖପାଖ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ସୋମବାର ଶ୍ରାବଣ ଜଳାଭିଷେକ ପୂଜାର୍ଚ୍ଚନା ଅନୁଷ୍ଠିତ ହେଲା। ରାଜଗାଙ୍ଗପୁର ପ୍ରସିଦ୍ଧ ଘୋଗର ମନ୍ଦିର, ବାବା ତଲାବ, ଡାଲମିଆ ମନ୍ଦିର, ପାହାଡି ମନ୍ଦିର, ଫାଟକ ଶିବମନ୍ଦିର, ବସଷ୍ଟାଣ୍ଡ, ଭଟ୍ଟା ପଡା, ଆଖଣ୍ଡଳମଣି ମନ୍ଦିର, ମନ୍ଦିରା କଲୋନି ଶିବଲିଙ୍ଗ,ରାଣିବନ୍ଧ ଓ ଆଖପାଖ ଅଞ୍ଚଳର ବିଭିନ୍ନ ଶିବମନ୍ଦିର ଠାରେ ସକାଳୁ ବୋଲବମ୍ ଭକ୍ତ ବିଭିନ୍ନ ନଦୀ ଘାଟ ରୁ ପବିତ୍ର ଶ୍ରାବଣ ମାସର ଗଂଗା ଜଳ ବାହନ କରି ଶିବଲିଙ୍ଗ ଠାରେ ପୂଜାର୍ଚ୍ଚନା ଜଳାଭିଷେକ କରିଥିଲେ। ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଭୋଜନ, ସୁଧ୍ୟ ଏବଂ ପାଣିୟ ଜଳ ସାମାଜିକ ଅନୁଷ୍ଠାନ ଦ୍ୱାରା ବିତରଣ କରାଯାଇଥିଲା।

ସନ୍ଧ୍ୟା ପରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରସିଦ୍ଧ ବେଦବ୍ୟାସ ତ୍ରୀବେଣୀ ସଂଗମ ନଦୀ ଘାଟ ରୁ ଜଳ ବାହନ କରି ଘୋଗର ଧାମ ଶୈବପୀଠରେ ଶାନ୍ତି ଶୃଙ୍ଖଳା ସହ ଧାଡ଼ି ବାନ୍ଧି ଜଳାଭିଷେକ ପୂଜାର୍ଚ୍ଚନା କରିଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମ ରେ ରାଜଗାଙ୍ଗପୁର ପୋଲିସ, ବିଭିନ୍ନ ସ୍ବେଛାସେବୀ ସଂଘଠନ ସାଧାରଣ ନାଗରିକ ଉପସ୍ଥିତ ରହି ଭକ୍ତ ଙ୍କୁ ସାହାଯ୍ୟ ସହାୟତା ଯୋଗାଇ ଦେଇଥିଲେ।


ରାଜଗାଙ୍ଗପୁର ରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *