ରାଜଗାଙ୍ଗପୁର ସହରରେ ଅଘଟଣ

ରାଜଗାଙ୍ଗପୁର ସହରରେ ଅଘଟଣ।ଡେଲି ମାର୍କେଟ ରୁ ଚୋରି ଏବଂ ଆମ ଘାଟ ନଦୀରେ ବୁଡିଯାଇ ଯୁବକ ନିଖୋଜ।
ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ଡେଲି ମାର୍କେଟ ରୁ ଗୋଟିଏ ରାତିରେ ପାଞ୍ଚଟି ଦୋକାନ ରୁ ଚୋରି ଅଭିଯୋଗ କଲେ ଦୋକାନୀ। ସବୁ ଦିନ ପରି ରାତି ରେ ଦୋକାନ କାରବାର ସାରିବା ପରେ ସମସ୍ତ ଦୋକାନବଜାର ରାତିରେ ବନ୍ଦ କରି ନିଜ ଘରକୁ ଫେରିଥାନ୍ତି।

ସକାଳେ କିଛି ଦୋକାନୀ ଦୋକାନ ଖୋଲିବା ସମୟରେ ଦୋକାନ ର ତାଲା ଭଂଗା ଦେଖି ଅନ୍ୟ ଦୋକାନୀ ଙ୍କୁ ସୁଚନା ଦେଇଥିଲେ। ଉକ୍ତ ଘଟଣା ସମ୍ପର୍କରେ ପାଞ୍ଚଟି ଦୋକାନୀ ରାଜଗାଙ୍ଗପୁର ଥାନାରେ ପହଞ୍ଚି ଦୋକାନ ରୁ କେବଳ ନଗଦ ଟଙ୍କା ଚୋରି ହୋଇଥିବା ସମ୍ବନ୍ଧରେ ଲିଖିତ ଅଭିଯୋଗ କରି ନିଜର ପ୍ରତିକ୍ରିୟାରେ କହିଛନ୍ତି ଡେଲି ମାର୍କେଟ ରେ ରାତ୍ରି କାଲିନ ଜଗୁଆଳି ଥିବା ସତ୍ତ୍ବେ ଚୋରି ସମୟରେ କାହିଁକି ଜଗୁଆଳି ଜାଣିପାରିଲେ ନାହିଁ। ଉକ୍ତ ଘଟଣା ସମ୍ପର୍କରେ ଯାଞ୍ଚ ପାଇଁ ପୋଲିସ ଏବଂ ପ୍ରସାଶନକୁ ନିବେଦନ କରାଯାଇଛି।
ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ କେସ୍ରାମାଲ ପଞ୍ଚାୟତ ଅନ୍ତର୍ଗତ ଆମଘାଟ ନଦୀ ରେ ବୁଚକୁପଡା ଅଞ୍ଚଳର କିଛି ଯୁବକ ବଣଭୋଜି କରିବାକୁ ଯାଇ ନଦୀ ରେ ଗାଧେଉ ଥିଲେ। ଏହି ସମୟରେ ପ୍ରଖର ଜଳଶ୍ରୋତ ରେ ରାଜଗାଙ୍ଗପୁର ବୁଚକୁପଡା ଅଞ୍ଚଳର ଫକୀର ବାଙ୍କାରା ନାମକ ଯୁବକ ଭାସିଯାଇଥିଲେ ।

ଖବର ପାଇଁ କେସ୍ରାମାଲ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ରାଜଗାଙ୍ଗପୁର ପୋଲିସ ଓ ଅଗ୍ନିଶମ ବିଭାଗ କୁ ସୁଚନା ଦେଇଥିଲେ। ବର୍ଷା ଦିନେ ଜଳରେ ପ୍ରବଳ ଶ୍ରୋତ ଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ଖୋଜାଖୋଜି କରିବା ପରେ ସନ୍ଧ୍ୟା ହେବା ଯୋଗୁ ବିଫଳ ହୋଇଥିଲେ। ଉକ୍ତ କାର୍ଯ୍ୟ ରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ଅଗ୍ନିଶମ ବିଭାଗ କୁ ସହଯୋଗ କରିଥିଲେ। ରାଜଗାଙ୍ଗପୁର ରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *