କମିଶନରଙ୍କ ରାମନାଗୁଡ଼ା ବ୍ଲକ ପରିଦର୍ଶନ।
ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ର କମିଶନର ତଥା ରାୟଗଡା ଜିଲ୍ଲା ଅଧିକାରୀ ଅରବିନ୍ଦ ଅଗ୍ରୱାଲ ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି।
ଶ୍ରୀ ଅଗ୍ରୱାଲ କରଡ଼ା ଗସ୍ତ କରି ସ୍ଵଂୟ ସହାୟିକା ଗୋଷ୍ଠୀ ସଦସ୍ୟା ଙ୍କ ଦ୍ଵାରା ପରିଚାଳିତ ତେନ୍ତୁଳି ପ୍ରକ୍ରିୟାକରଣ କାର୍ଯ୍ୟ,ହଳଦୀ ପ୍ରକ୍ରିୟାକରଣ ଓ ଝାଡୁ ୟୁନିଟ ପରିଦର୍ଶନ କରିଥିଲେ।ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଙ୍କ ଏହି କାର୍ଯ୍ୟ ଦେଖି ସେ ଖୁସି ବ୍ୟକ୍ତ କରିଛନ୍ତି।ଏହା ପରେ ବ୍ଲକ ପ୍ରଶାସନ,ଓଡ଼ିଶା ଜୀବିକା ମିଶନ ଓ ଉଦ୍ୟାନ ବିଭାଗ ମିଳିତ ଆନୁକୁଲ୍ୟରେ ଖାମ୍ବାଗୁଡ଼ା ରେ ଏକ ଏକର ପରିମିତ ଜମିରେ ହୋଇଥିବା ଗୋଲାପ ଚାଷ ପରିଦର୍ଶନ କରିଛନ୍ତି। ଗୋଷ୍ଠୀ ସଦସ୍ୟା ମାନେ ବିଭିନ୍ନ ଉନ୍ନତ ଜ୍ଞାନ କୌଶଳ ସହ ଏହି ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଶୁଣି ଖୁସି ପ୍ରକାଶ କରିଛନ୍ତି।ଆଗାମୀ ଦିନରେ ବ୍ଲକ ରେ ଏଭଳି ବିଭିନ୍ନ ପ୍ରକାରର ଅର୍ଥକାରୀ ଫସଲ ଚାଷ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। କମିଶନର ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ପାରୁଲ ପଟାୱାରି,ମୁଖ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୂଣ୍ଡୁ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା ପାତ୍ର, ସରପଞ୍ଚ ଭାସ୍କର କାଡ୍ରାକା ସମିତି ସଭ୍ୟ କମଳ ଲୋଚନ ମୁଟିକା , ୱାର୍ଡ ସଭ୍ୟା ସୁନିତା ପାତିକା , ସମାଜସେବୀ ବୋମାଲି କାନ୍ତରାଓ , ଗ୍ରାମବାସୀ ମାନଙ୍କ ସହ
ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଛନ୍ତି।
ରାମନାଗୁଡା ବ୍ଲକରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ହୋଇଅଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ଼ା ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପ ମୁଖ୍ୟମନ୍ତ୍ରୀ କେବି ସିଂ ଦେଓ,ପ୍ରଭାତୀ ପରିଡା,ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ,କଟକ ସାଂସଦ ଭର୍ତ୍ତୁହରି ମହତାବ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଧାୟକ ,କଟକ ଜିଲ୍ଲାପାଳ,ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଣ୍ଡିଧାମୁଣି ପଂଚାୟତ ଅଧୀନରେ ଥିବା ରୁଗୁଡୁବାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉକ୍ତ ଯୋଜନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ସେହିପରି ଉକାମ୍ବା ପଞ୍ଚାୟତର ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ହୋଇ ଯାଇଛି। ୨୯ ହଜାରରୁ ଅଧିକ ସରକାରୀ ଓ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ଲୋକଙ୍କୁ ଦେୟମୁକ୍ତ ଚିକିତ୍ସା ସୁବିଧା ମିଳିବ । ପ୍ରତି ପରିବାରର ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ସହ ୭୦ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବେ ରାଜ୍ୟ ସରକାର।
ସାଧାରଣ ଜନସେବା କେନ୍ଦ୍ର ଗୁଡିକ ସମ୍ପୃକ୍ତ ଅଞ୍ଚଳର ଆଶାକର୍ମୀ କିମ୍ବା ବହୁମୁଖୀ ଜନ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହାୟତାରେ ହିତାଧିକାରୀମାନଙ୍କୁ କାର୍ଡ଼ ବଣ୍ଟନ କରାଯିବ । କାର୍ଡ଼ ବଣ୍ଟନର ତାରିଖ ଆଗୁଆ ଜଣାଇ ଦିଆଯିବ। ଆୟୁଷ୍ମାନ ଯୋଜନା କାର୍ଯ୍ୟକ୍ରମ ପରିଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ଦ୍ଵାରା ଚେତନା ରଥକୁ ପତାକା ଦେଖାଇ ଆରମ୍ଭ କରିଥିଲେ।ଏହି ଚେତନା ରଥଟି ବ୍ଲକର ୧୨ଟି ପଞ୍ଚାୟତ ଅଧୀନ ସମସ୍ତ ଗ୍ରାମକୁ ପହଞ୍ଚି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଣ୍ଡଳ ମତ ପ୍ରକାଶ କରିଛନ୍ତି।ଏହି ଭଳି ରାମନାଗୁଡା ବ୍ଲକ ରେ ପ୍ରଥମ ପର୍ଯ୍ୟାୟରେ ୨୩୪୦୬ ଜଣ ହିତାଧିକାରୀଙ୍କୁ ଏହି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ବଳକା କାର୍ଡ ଗୁଡିକ KYC କରି ଆଶାକର୍ମୀ ମାନଙ୍କ ଜରିଆରେ ଏହି କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଅଭିଷେକ ପଟ୍ଟନାୟକ କହିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା ପାତ୍ର,ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର, ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଅଭିଷେକ ପଟନାୟକ,ଆୟୁଷ ଡାକ୍ତର ପ୍ରଭାତ କୁମାର ଦାଶ,ଭାଗବତ ପ୍ରସାଦ ପାଢ଼ୀ,ସ୍ୱାସ୍ଥ୍ୟ ନିରୀକ୍ଷକ ହରିହର ହାଲୁଆ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅଞ୍ଜଳି ମହାପାତ୍ର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁସ୍ମିତା ରଥ,ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଙ୍ଘମିତ୍ରା ମହାପାତ୍ର,ବିପିଏମ ଏସ. କମଳାକର ରାଓ,ସୁଣ୍ଡିଧାମୁଣି ସରପଞ୍ଚ ଭାସ୍କର କାଡ୍ରାକା, ସମିତିସଭ୍ୟ କମଳ ଲୋଚନ ମୁଟିକା,ମଣ୍ଡଳ ସଭାପତି ଶ୍ରୀନିବାସ ପଣ୍ଡା,ମଣ୍ଡଳ ପ୍ରତିନିଧି ଶିବ ପ୍ରସାଦ ବ୍ରହ୍ମା, ବରିଷ୍ଠ ଭାଜପା କର୍ମୀ ନରସିଂହ ମାଣ୍ଡାଙ୍ଗି,ଚିନ୍ନା କଣ୍ଡାଗରୀ,ଆଶିଷ କୁମାର ବେହେରା, ରଘୁନାଥ ସାମଲ, ସଂଜୀବ ଦାଶ, ସୁଧୀର ମିଶାଲଙ୍କ ସମେତ ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଏମ୍ବିକେ, ସିଆରପି, ଆଶାକର୍ମୀ ଏଏନଏମ୍, ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀପ୍ରମୁଖ ଉପସ୍ଥିତ ଥିଲେ।
ଗୁଣପୁରରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ହୃଷିକେଶ ପାତ୍ରଙ୍କ ରିପୋର୍ଟ।
ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ର କମିଶନର ତଥା ରାୟଗଡା ଜିଲ୍ଲା ଅଧିକାରୀ ଅରବିନ୍ଦ ଅଗ୍ରୱାଲ ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି।
