ରାୟଗଡ଼ା ସହର ସ୍ଥିତ ଟାଉନ ହଲ ଠାରେ କଂଗ୍ରେସ ଦଳର ପ୍ରେସ ମିଟ ଓ କର୍ମୀ ସମ୍ଭିଳନି ଅନୁଷ୍ଠିତ।

ରାୟଗଡ଼ା ସହର ସ୍ଥିତ ଟାଉନ ହଲ ଠାରେ କଂଗ୍ରେସ ଦଳର ପ୍ରେସ ମିଟ ଓ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଓ କର୍ମୀ ସମ୍ଭିଳନି ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବାଙ୍ଗାଲୋରୁ ଶିବାଜିନଗର ଏମଏଲଏ ଓ ଏ.ଆଇ.ସି ସି. ଓବଜର୍ଭର ରାୟଗଡ଼ା ରିଜବାନ୍ ଅର୍ଶଦ୍ ମୁଖ୍ୟ ଅତିଥି, ଚିନ୍ମୟ ସୁନ୍ଦର ଦାସ ଓବଜର୍ଭର ପି.ସି.ସି ଓଡ଼ିଶା,ଅଖିଳ ଭାରତୀୟ ଓବଜର୍ଭର ତଥା ଏମଏଲଏ ରାୟଗଡ଼ା ଅପଲା ସ୍ବାମୀ କଡ୍ରକା, ଏମଏଲଏ ବିଷମ କଟକ ନୀଳମାଧବ ହିକକା, ବରିଷ୍ଟ କଂଗ୍ରେସ କର୍ମୀ ଶଙ୍କର୍ଷଣ ମଙ୍ଗରାଜ, ଦୁର୍ଗା ପଣ୍ଡା,ସୁନିଲ ଚନ୍ଦ୍ର ପଣ୍ଡା, ଆସଲମ ଖାନ, ହରିଶ ପଟ୍ଟନାୟକ,କୃଷ୍ଣ ଚନ୍ଦ୍ର ପୃଷ୍ଟି,ରାୟଗଡ଼ା ଜିଲ୍ଲାର ପ୍ରତ୍ୟେକ ରାୟଗଡ଼ା ଟାଉନ, ବ୍ଲକ, ପଞ୍ଚାୟତ ସମିତିର ବିଭିନ୍ନ ପ୍ରକାର ପଦବୀରେ ଥିବା ଜିଲ୍ଲାପରିଷଦ ସଭ୍ୟ,ସରପଞ୍ଚ, ସମିତି ମେମ୍ବର ଓ କର୍ମୀ ବହୁତ୍ ସଂଖ୍ୟାରେ ଯୋଗଦାନ କରିଥିଲେ।

କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ସଂଗଠିତ କରିବା ଓ ପ୍ରତ୍ୟେକ ସହର,ପ୍ରତ୍ୟେକ ଜିଲ୍ଲା କର୍ମୀଙ୍କୁ ଏକଜୁଟ କରାଇବାରେ ସହାୟକ ହେବ ଆଜିର କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଅତିଥି ରିଜବାନ୍ ଅର୍ଶଦ୍ ମତ ବ୍ୟକ୍ତ କରିଥିଲେ।

ଆଗାମୀ ଦିନରେ ରାୟଗଡ଼ା ଜିଲ୍ଲା ଡି.ସି.ସି ସଭାପତି ଚୟନ ପାଇଁ ସୁଦୂର ବେଙ୍ଗାଳୁରୁରୁ ଆସିଛନ୍ତି ସମସ୍ତ କଂଗ୍ରେସ କର୍ମୀ,ବ୍ଲକ ସ୍ତରୀୟ କର୍ମୀ ସହ ମିଶି ଆଲୋଚନା ମାଧ୍ୟମରେ ଚୟନ ପ୍ରକିୟା ଅନୁଷ୍ଠିତ ହେବାକୁ ଯାଉଥିବା ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁତ୍ ସଂଖ୍ୟାରେ କଂଗ୍ରେସ କର୍ମୀ ସହ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଦୁର୍ଗା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କର୍ମୀ ମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା।
ରାୟଗଡ଼ା ରୁ ମନୋରଞ୍ଜନ ଶତପଥୀ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।
