ରାୟଗଡା ଜିଲ୍ଲା ନିର୍ବାଚନ ମଣ୍ଡଳୀର ଶ୍ରୀ ଆପାଲାସ୍ୱାମୀ କାଡ୍ରାକା ଙ୍କ ବିଶ୍ୱାସ ଆଶା ଓ ଭରଷାର ଗୋଟିଏ ବର୍ଷପୂର୍ତ୍ତି

ରାୟଗଡା ଜିଲ୍ଲା ନିର୍ବାଚନ ମଣ୍ଡଳୀର ଶ୍ରୀ ଆପାଲାସ୍ୱାମୀ କାଡ୍ରାକା ଙ୍କ ବିଶ୍ୱାସ ଆଶା ଓ ଭରଷାର ଗୋଟିଏ ବର୍ଷପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ କରି ରାୟଗଡା ଜିଲ୍ଲା ମାଟିର ସ୍ୱାଭିମାନର ଏବଂ ଉନତିର ଚିତ୍ର ଏହି ସମ୍ମିଳନୀ ରେ ପ୍ରକାଶ କରିଛନ୍ତି। ଏଥିରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଚ୍ଛ ଦେବା ସହିତ ଉତ୍ତରୀୟ ପ୍ରଦାନ କରିଥିଲେ। ଏଠାରେ ସେ ଏହି ଏକ ବର୍ଷ ଭିତରେ ଯାହା ସବୁ କାର୍ଯ୍ୟକଳାପ କରିଛନ୍ତି ତାହାକୁ ଆଜି ଗଣମାଧ୍ୟମ ଆଗରେ ପ୍ରାଞ୍ଜଳ ଭାବେ ଉଲେଖ୍ୟ କରିଥିଲେ। ନିର୍ବାଚନ ପରେ ୩ଟି ବିଧାନ ସଭା ଅଧିବେଶନ ସରିଛି ।

ଜିଲାର ବିକାଶ ପାଇଁ, ମୋ ନିର୍ବାଚନ ମଣ୍ଡଳୀର ର ବିକାଶ ପାଇଁ ଏବଂ ଓଡିଶାର ବିକାଶ ପାଇଁ ପ୍ରଥମ ବର୍ଷରେ ମୋଟ ୨୫୩ପ୍ରଶ୍ନ କରିଥିଲି । ସେଥିରୁ ୧୫୬ ପ୍ରଶ୍ନର ଉତ୍ତର ମିଳିଛି ।ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଏବଂ ଦାୟୀତ୍ୱ, ଅନୁସୂଚିତ ଜାତି ଜନଜାତି ବିଭାଗୀୟ କମିଟି ସଦସ୍ୟ,ଗୃହ କମିଟି ନିତୀ ନିରର୍ଦ୍ଧାରଣ କମିଟି ସଦସ୍ୟ ଏବଂ ପାଠାଗାର କମିଟି ସଦସ୍ୟ ଭାବେ କାର୍ଯ୍ୟ କରିଅଛି । ପୂର୍ବ ୨୪ବର୍ଷର ସରକାରଙ୍କ ଅମଳରେ ରାୟଗଡ ସ୍ୱୟଂସାଶିତ ମହାବିଦ୍ୟାଳୟକୁ ସରକାରୀ ଘୋଷଣା କରାଯାଇଥିବା କଥା କୁହାଯାଇଥିଲା।
ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

କିନ୍ତୁ ଏ ସବୁରେ ସତ ନଥିଲା । ତେଣୁ ବିଧାନ ସଭାରେ ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବୀ କରିଥିଲି । ପୂର୍ବ ସରକାରଙ୍କ ଅମଳରେ ଶିକ୍ଷାର ବହୁ ପ୍ରଚାର କରାଯାଇଥିଲା । କିନ୍ତୁ ୩୦ଛାତ୍ରକୁ ଜଣେ ଶିକ୍ଷକ ଏହିୂ ଅନୁପାତକୁ ପୂରଣ କରାଯାଇ ନଥିଲା । ବିଧାନ ସଭାରେ ଏହି ପ୍ରଶ୍ନ ରଖିଥିଲି । ଗଣଶିକ୍ଷା ବିଭାଗର ଉତ୍ତର ପରେ କିଛି ମାତ୍ରାରେ ଏହି ସମସ୍ୟାର ସମାଧାନ ହୋଇଛି । ଆଗକୁ ଏହି ପ୍ରକ୍ରୀୟା ଜାରି ରହିବ ବୋଲି କହିଛନ୍ତି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *