ରାୟଗଡା ମା ମାଝୀ ଗୌରୀ ମନ୍ଦିର ନବୀକରଣ ପାଇଁ ଭୂମି ପୂଜନ

ରାୟଗଡା ମା ମାଝୀ ଗୌରୀ ମନ୍ଦିର ନବୀକରଣ ପାଇଁ ଭୂମି ପୂଜନ। ରାୟଗଡା ମା ମାଝୀ ଗୌରୀ ମନ୍ଦିରର ଉନତି ପାଇଁ ବିଜେଡି ସରକାର ୩୬ କୋଟି ଟଙ୍କା ମଞ୍ଜୁରୀ କରିଥିଲେ l ତାର ଶିଳାନଶ କରା ଯାଇଛି l ପ୍ରଥମ ପର୍ଯାୟରେ ୨୬କୋଟି ବ୍ୟୟ ରେ ପୂର୍ତ୍ତ ବିଭାଗ ର ତତ୍ୱବଧାନରେ କାସି କାଞ୍ଚନ ପ୍ରାଇଭେଟ କନଷ୍ଟ୍ରକସନ ଦ୍ୱାରା ସିଲାନ୍ୟସ କରାଯାଇଛି। ମନ୍ଦିର ଚାରି ପାଖ ଉନ୍ନତି କରା ଯିବା ସହ ରାସ୍ତା, ଅତିଥିଗୁହ,ଭବନ, ମନ୍ଦିର କାର୍ଯ୍ୟଳୟ, ପାର୍କ,ଶୌଚାଳୟ ଏବଂ ଜାନବାହାନ ରଖିଵା ପାଇଁ ବ୍ୟବସ୍ଥା କରାଯିବା l ଆସନ୍ତା ୨୪ ମାସ ମଧ୍ୟ ରେ ସମସ୍ତ କାର୍ଯ୍ୟ ଶେଷ କରାଯିବ ବୋଲି ଠିକା ସଂସ୍ଥା ପ୍ରକାଶ କରିଛନ୍ତି l

ମନ୍ଦିରକୁ ଆସୁଥିବା ଜିଲ୍ଲା ଏବଂ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ମାନେ କିପରି ଦର୍ଶନ କରି ଯାଇପାରିବେ, ସେ ପ୍ରକାର ବ୍ୟବସ୍ଥା କରାଯିବ l ମନ୍ଦିର ରୂପରେଖ ପୁରା ବଦଳୀ ଯିବା ଭଳି ନକ୍ସାରେ ଦର୍ଶାଯାଇଛି। ଏହି ଖବର ଜିଲ୍ଲାବାସି ଓ ଭକ୍ତ ମାନଙ୍କ ମନରେ ଖୁସି ଆଣିଦେଇଛି।


କୋଭିଡ ମହାମାରୀ ପରେ ମନ୍ଦିର ପର୍ଯ୍ୟଟନ ବୃଦ୍ଧି ପାଇଛି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *