ରାୟଗଡାରେ ଜଙ୍ଗଲ ଜମି ହଡ଼ପ।

ରାୟଗଡାରେ ଜଙ୍ଗଲ ଜମି ହଡ଼ପ।
ଆଦିବାସୀ ମାନେ ଏହା ବିପକ୍ଷରେ ଏକତ୍ରୀତ ହୋଇଛନ୍ତି।
ରାୟଗଡା ଜିଲ୍ଲା ସଦର ପେଣ୍ଟା ପଞ୍ଚାୟତର ଡମ୍ଫର ଗୁଡା ଗ୍ରାମ ଓ ଆଖପାଖ ଗ୍ରାମର ଆଦିବାସୀ ମାନେ ଜିଲ୍ଲାପାଳ, ଏସ.ପି. ଏବଂ ତହସିଲଦାରଙ୍କୁ ଏହି ସମ୍ପର୍କରେ ଦାବିପତ୍ର ପ୍ରଦାନ କରିଛନ୍ତି l
ଜମି ମାଫିଆ ମାନେ ଜୋର ଜବରଦସ୍ତ ପ୍ଲଟିଙ୍ଗକରି ବିକିବାର ପ୍ରୟାସ କରିଛନ୍ତି।
ଏହାକୁ ନେଇ ଚାନ୍ଦିଲି ଥାନାରେ ଏତଲା ଦିଆଯାଇଛି। ପେଣ୍ଟା ପଞ୍ଚାୟତ ସରପଞ୍ଚ ଏ ବିଶ୍ୱନାଥ ଓ ଆଦିବାସୀ ସଙ୍ଘ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ଅମଲାବେଟା ମୌଜାର ଝଙ୍କାରୀ ଜଙ୍ଗଲ ଜମି ଖାତା ନମ୍ବର ୨୦ ଓ ପ୍ଲଟ ନମ୍ବର ୧୦ ରେ ସରକାରଙ୍କ ଜମି ରହିଛି ବୋଲିସେମାନେ ଦାବି କରନ୍ତି।


ଏହି ଅଭିଯୋଗ ପ୍ରଦାନ କଲାସମୟରେ ପେଣ୍ଟାଗ୍ରାମ ସରପଞ୍ଚ ଏ ବିଶ୍ୱନାଥ, ପି ଜଗା ରାଓ,ପି ଅଜୟ , ପି ରାକେଶ ଓ ଗ୍ରାମର ବହୁ ଲୋକ ମାନେ ଉପସ୍ଥିତ ଥିଲେ l
ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *