ରାୟଗଡାରେ ବିଜେଡି ଦୁଇଫାଳ

ରାୟଗଡାରେ ପୌର ଉପାଧ୍ୟକ୍ଷ ନିର୍ବାଚନ ଏକ ରୋଚକ ମୋଡରେ ପହଁଚିଛି। ବିଜେଡିର ଦଳ ଭିତର କନ୍ଦଳ ଲୋକଲୋଚନକୁ ଆସିଛି। ଦଳ ଛାଡିଥିବା ବିଜେଡ଼ି ଦଳର ଭାସ୍କର ରାଓ ନିଜର ସ୍ଥିତି ଓ ଦବଦବା ଜାହିର କରିଛନ୍ତି। ସେ ଯାହାବି ହେଉ ରାୟଗଡା ପୌର ପରିଷଦ ର ଉପାଧକ୍ଷ ଶୁଭ୍ରା ପଣ୍ଡାଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ଥାବ ପାଇଁ ଭୋଟ ଦେବା କୁ ୨୧ ଜଣ କାଉନସିଲର ଉପସ୍ତିତ ହେଇ ଥିବାର ଜଣା ପଡିଛି l ଭୋଟିଙ୍ଗ ପକ୍ରିୟା ଶାନ୍ତି ଶୃଙ୍ଖଳା ରେ ପରି ଚାଳନା ପାଇଁ 2ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l ବୁଧ ବାର ଦିନ ବିଜୁ ଜନତା ଦଳ ର ସଭାପତି ନବୀନ ପଟନାୟକ ଓଡିଶା ପୌର ନିୟମ ୨୦୧୮ର 46ଖ ଦ୍ୱାରା ଦିୟା ଯାଇ ଥିବା କ୍ଷମତା ବ୍ୟବହାର କରି ଦଳୀୟ କାଉନସିଲର ମାନଙ୍କୁ ପତ୍ର ଦ୍ୱାରା ଅନାସ୍ଥା ବିରୋଧ ରେ ଭୋଟ ପାଇଁ ହୁଇପ ଜାରି କରିଥିଲେ l ପୂର୍ବ ରୁ ଅନାସ୍ଥା ପ୍ରସ୍ତାବ ପାଇଁ 19 ଜଣ କାଉନସିଲର ଙ୍କୁ କାରଣ ଦର୍ଶାୟ ନୋଟିସ ଜାରି କରା ଯାଇ ଥିଲା l ସୁଛନା ଯୋଗ୍ୟ ଉପାଧକ୍ଷ ଶୁଭ୍ରା ପଣ୍ଡା ବିଜେଡି କାଉନସିଲାର ଙ୍କୁ କୌଣସି କାମ ରେ ସହ ଯୋଗ କରୁନଥିଲେ l ବିଜେଡି ର 19ଜଣ କାଉନସିଲର ଗତ ସେପ୍ଟଆମ୍ବର ମାସ 12 ତାରିଖ ରେ ଜିଲ୍ଲାପାଳ ଙ୍କ ନିକଟ ରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ l


ପୌରାଧ୍ୟକ୍ଷଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ଉପରେ ମତଦାନ ହୋଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦେଶ ବଳରେ ଫଳାଫଳ ଘୋଷଣାକୁ ସ୍ଥଗିତ ରଖାଯାଇଛି । ଏଠିଯୋଗୁ ଭୋଟବକ୍ସକୁ କଡା ସୁରକ୍ଷା ମଧ୍ୟରେ ରାୟଗଡା ଜିଲ୍ଲା କୋଷାଗାରରେ ରଖାଯାଇଛି । ଅନାସ୍ଥା ପ୍ରସ୍ତାବକୁ ନେଇ ଗତମାସରେ ପୌରାଧକ୍ଷ୍ୟା ଶୁଭ୍ରା ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ହାଇକୋର୍ଟ ମାମଲାର ଶୁଣାଣୀ କରି ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଫଳାଫଳ ଘୋଷଣା ନକରିବାକୁ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଅନାସ୍ଥା ଆଣିଥିବା କାଉନସିଲର୍ ମାନଙ୍କ ଦସ୍ତଖତ ଯାଞ୍ଚ୍ ହୋଇଥିବା ବେଳେ ଅନାସ୍ଥା ଉପରେ ମତଦାନ ହୋଇଥିଲା । ଅନ୍ୟପଟେ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅଣାଯାଇଥିବା ବିଜେଡ଼ି ସପକ୍ଷରେ ଭୋଟ ଦେବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ କାଉନସିଲର୍ ମାନଙ୍କୁ ହ୍ବିପ୍ ଜାରି କରିଥିବା ବେଳେ କିନ୍ତୁ ଭାସ୍କର ରାଓ ଗୋଷ୍ଠିର ସମସ୍ତ କାଉନସିଲର୍ ମାନେ ଅନାସ୍ଥା ସପକ୍ଷରେ ଭୋଟ ଦେଉଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ବିଜେଡି ପ୍ରତିନିଧି ଦାୟିତ୍ବରେ ଥିବା ଜଗନ୍ନାଥ ସାରକା ଶୁଭ୍ରା ପଣ୍ଡାଙ୍କ ସପକ୍ଷରେ ଥିଲେ। ତେବେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବିଜେଡି ନେତା ସୁଧୀର ଦାସ ଗୋଷ୍ଠିର ଅନ୍ତରୀଣ ବିଜୟୀ ହୋଇଥିବା ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ବାସ୍ତବରେ ଭାସ୍କର ରାଓ ଗୋଷ୍ଠିର ପଲ୍ଲା ଏବେ ବି ଭାରି ରହିଛି ବୋଲି ରାଜନୀତି ସମୀକ୍ଷକ ମାନେ ମତ ଦେଉଛନ୍ତି।ଆମ କ୍ୟାମେରା ଟିମକୁ ଉକ୍ତ ନିର୍ବାଚନ ଅଧିକାରୀ ରମେଶ କୁମାର ଜେନା ମତ ଓ ମନ୍ତବ୍ୟ ଦେଇଛନ୍ତି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *