ବନ୍ୟାପାଣି କୁ ଖାତିର ନକରି ଟ୍ରାକ୍ଟର ନେବା ମହଙ୍ଗା ପଡିଲା ଏବଂ ଟ୍ରାକ୍ଟର ଚାଳକଙ୍କ ସହିତ ଅଳ୍ପକେ ବର୍ତିଲେ ଦୁଇ ଯୁବକ।
ଆବଶ୍ୟକତା ଠାରୁ ଅଧିକ ସ୍ମାର୍ଟ ହୋଇ ଏବଂ ରିଲସ ନିଶାରେ କାର୍ଯ୍ୟ କଲେ ଭୋଗିବାକୁ ପଡିବ ଦୁର୍ଦଶା।
ଗତ କାଲି ପ୍ରବଳ ବର୍ଷା ରେ ଅନେକ ସ୍ଥାନରେ ଦେଖାଦେଇଛି ବନ୍ୟାପରିସ୍ଥିତି I

ଏପଟେ ଆଜି ରାସ୍ତା ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ମନମୁଣ୍ଡା ଓ ସଗଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଯାତାୟାତ ଠପ ହୋଇଯାଇଛି I ବନ୍ୟା ପାଣିରେ ଭାସିଗଲା ଟ୍ରାକ୍ଟର I ବୌଦ୍ଧ ଜିଲ୍ଲା ଶଗଡ଼ା ରାସ୍ତାର କୁରୁମୁଣ୍ଡା ରାସ୍ତା ଉପରେ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବା ଯୋଗୁଁ ମନମୁଣ୍ଡା ଅଞ୍ଚଳରୁ ଶଗଡ଼I ଅଞ୍ଚଳ ମଧ୍ୟରେ ଯାତାୟାତର ବାଧାପ୍ରାପ୍ତ ହୋଇଛି I ଏକ ଟ୍ରାକ୍ଟର ରାସ୍ତା ପାର କରିବା ସମୟରେ ପାଣିର ପ୍ରଖର ସ୍ରୋତରେ ଟ୍ରାକର ଟି ଭାସିଯାଇଥିବା ବେଳେ ଚାଳକ ଓ ସହଯୋଗି ଅଳ୍ପକେ ବର୍ତ୍ତୀଯାଇଛନ୍ତି। ଅନ୍ୟପଟେ ଦୀର୍ଘ ବର୍ଷ ହେବ ଉକ୍ତ ନାଳ ଉପରେ ପୋଲ ନିର୍ମାଣ ପାଇଁ ଅଞ୍ଚଳ ବାସୀ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। କେବେ ଏହି ନାଳ ଉପରେ ଉଚ୍ଚ ବ୍ରିଜ ନିର୍ମାଣ କରିବା ସହିତ ଲୋକଙ୍କ ଗୁହାରି ସୁନୁଛି ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
