ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “we state you investigate ” ମାନେ ସରକାରଙ୍କ ନୀତି ଏବଂ ସରକାରୀବାବୁ ମାନଙ୍କର ବ୍ୟତିକ୍ରମକୁ ଆମେ ଦର୍ଶାଉଅଛୁ। ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ସ୍ତରରେ ଏହାର ଅନୁସନ୍ଧାନ କରି ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
ସରକାରଙ୍କ ନିୟମ ଅଛି ସରକାରୀ ଚାକିରିଆଙ୍କ ବଦଳି ନୀତି ଅନୁଯାୟୀ ଜଣେ ବ୍ୟକ୍ତି ୩ ବର୍ଷରୁ ଉର୍ଦ୍ଧ୍ବ ଏକ ପଦବୀ କିମ୍ବା ସେହିପରି କାର୍ଯ୍ୟରେ ରହିପାରିବେ ନାହିଁ। ଏହାଦ୍ୱାରା ସ୍ଵଚ୍ଛ ଏବଂ ଅଫିସରଙ୍କର ମନମୁଖୀ କାର୍ଯ୍ଯ ହୋଇପାରିବ ନାହିଁ। କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଫୁଲବାଣୀ ଜିଲ୍ଲା ବି.ଇ.ଓ. ଅଫିସରେ।
ବିକାଶର ମୁଳଦୁଆ କୁହାଯାଏ ଶିକ୍ଷା । ଶିକ୍ଷାର ଉନ୍ନତି ଆଣିବା, ସଠିକ ଭାବେ ଜିଲାରେ ଶିକ୍ଷା ସେବା ଭଳି ମୌଳିକ ସେବା ଯୋଗାଇବା ଏବଂ ତାର ତଦାରଖ କରିବା ପାଇଁ ସରକାର କୋଟିକୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରୁଛନ୍ତି। ଅଧିକାରୀ ମାନେ ଯଦି ଅନିତି କାମରେ ସଂଶ୍ଳିଷ୍ଟ ରହିବେ ତାହେଲେ ଶିକ୍ଷାସେବା ଦୋହଲିବା ସୁନିଶ୍ଚିତ । ଏମିତି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫୁଲବାଣି ବ୍ଲକ ଶୀକ୍ଷାଧିକାରୀ ରଞ୍ଜନ କହଁରଙ୍କ ନାମରେ । ଗତ ୧୯.୦୬.୨୦୨୦ ମସିହାରେ କନ୍ଧମାଳ ଜିଲ୍ଲାର ଫୁଲବାଣି ବ୍ଲକ ଶୀକ୍ଷାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପୁର୍ବରୁ ସେ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଶିକ୍ଷାଧିକାରୀଭାବେ କାର୍ଯ୍ୟ କରୁଥିଲେ । ତେବେ ସେଠାରେ କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ମାନସିକ ନିର୍ଯ୍ୟତନା,ର୍ୟାଗିଂ ଏବଂ ପଦବୀର ଅପବ୍ୟବହାର କରିବା ଭଳି ସାଂଘାତିକ ଅଭିଯୋଗ ଆସିଥିଲା ସଂମ୍ପୃକ୍ତ ବିଇଓଙ୍କ ନାମରେ । ଏଭଳି ଅଭିଯୋଗ କରିଥିଲେ ବିରୁପାକ୍ଷ ବେହେରା,ସଦାନନ୍ଦ ଦିଗାଲଙ୍କ ପରି ବହୁ ଶୀକ୍ଷକ ଶିକ୍ଷୟତ୍ରୀ । ଅଭିଯୋଗକୁ ଭିତି କରି ତକ୍ତାଳିନ ଜିଲା ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ ତତକ୍ଷଣାତ ବିଇଓ ରଞ୍ଜନ କହଁରଙ୍କୁ ଫୁଲବାଣି ବିଇଓ ଭାବେ ବଦଳି କରିଥିଲେ ।
ହେଲେ ଯଥା ପୁବଂ-ତଥା ପରଂ । ଶ୍ରୀ କହଁରଙ୍କ ସମାନ ଆଚରଣ ,ଉଚାରଣ, ଏବଂ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କୁ ମାନସିକ ନିର୍ଯ୍ୟାତନା, ପଦବୀର ଅପବ୍ୟବହାର, ଏବଂ ଅର୍ଥ କାରବାର ଭଳି ସାଂଘାତିକ ଅଭିଯୋଗର ତାଲିକାର ଫର୍ଦ୍ଦ ବୃଦ୍ଧି ପାଇବାରୁ ତୁରନ୍ତ ତାଙ୍କର ବଦଳି ଦାବିକରି ଜିଲାପ୍ରାଥମିକ ଶୀକ୍ଷକ ସଂଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ରାଜ୍ୟରେ ନୁଆ ସରକାର ଗଠନ ହେବାପରେ ତା ୦୩.୦୧.୨୦୨୫ ରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ ହେବା ପରେ ତତକ୍ଷଣାତ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଇଓ ରଞ୍ଜନ କହଁରଙ୍କୁ ଫୁଲବାଣି ରୁ ଅପସରଣ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟକୁ ଆସିବା ପାଇଁ ୦୪.୦୨.୨୦୨୫ ରିଖ ଚିଠି ନଂ ୩୫୭୩ ରେ ଏକ ନିର୍ଦ୍ଦେଶ ଯାରି କରିଥିଲେ । ମାତ୍ର ୩ ମାସର ବ୍ୟବଧାନ ପରେ ତା ୦୩.୦୫.୨୦୨୫ ରିଖ ଚିଠି ନଂ ୧୨୬୦୨ ପ୍ରକାଶ ପାଇଥିବା ବିଇଓ ମାନଙ୍କ ବଦଳି ତାଲିକାର ୧୬ ନଂ ରେ ପୁନର୍ବାର ଫୁଲବାଣୀ ବିଇଓ ଭାବେ ରଞ୍ଜନ କହଁର ଙ୍କୁ ବଦଳି କରାଯାଇଛି ।
ଯାହାକୁ ନେଇ ଏହି ବଦଳି ପଛରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଏବଂ ସୁଚନା ଥାଉକି ଶ୍ରୀ କହଁରଙ୍କ ନିଜ ଘର କନ୍ଧମାଳ ଜିଲା କଲାଡି ଗ୍ରାମରେ ବୋଲି ଜଣାପଡିଛି । ସେ କୁହନ୍ତି ” ପଇସା କ୍ୟା ନ କରେ କାମ” । ମୁଁ ଏଇଠାରୁ କୁଆଡେ ଯାଇ ପାରିବି ନାହିଁ, ମୋର ଯେତେବଦଳି ହେଲେ ବି, ମୁ ଉପରେ ଟଙ୍କା ଦେବି ,ଶିକ୍ଷା ବିଭାଗ ବଦନାମ ହେଲେ ବି ଫୁଲବାଣୀରେ ହିଁ ରହିବି ବୋଲି ବିଭିନ୍ନ ସମୟରେ କାର୍ଯ୍ୟାଳୟରେ ଚିଲେଇଚିଲେଇ କହୁଥିବା ବହୁ ଶିକ୍ଷକଶିକ୍ଷୟତ୍ରୀ ଶୂଣିଥିବା କହିଛନ୍ତି । ଅନ୍ୟପଟେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ତା ୩୦.୦୪.୨୦୨୫ ରିଖ, ଚିଠି ନଂ – ୩୩୦ ରେ ସମ୍ପୃକ୍ତ ଫୁଲବାଣୀ ବିଇଓ ରଞ୍ଜନ କହଁରଙ୍କୁ ବଦଳି କରାଯାଉ। ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ଚିଠି କରିଥିଲେ।
ଏଠାରେ ବ୍ୟୁରୋକ୍ରାଟଙ୍କ ଶାସନ ଚାଲିଥିବା ନେଇ ଚର୍ଚ୍ଚା ଯୋର ଧରିଛି । ଏହାର ଅନୁସନ୍ଧାନ କରି ବି.ଇ.ଓ. ରଞ୍ଜନ କହଁରଙ୍କୁ ବଦଳି କରିବାପାଇଁ ଶିକ୍ଷାବିତ ମାନେ ମତ ପ୍ରକାଶ କରିଛନ୍ତି।
ଖଜୁରୀପଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ନୟାଗଡ଼ ପ୍ରତିନିଧି ଅକ୍ଷୟ କୁମାର ପରିଡା ଏବଂ ଫୁଲବାଣୀରୁ ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷଣ୍ଢଙ୍କ ରିପୋର୍ଟ୍। ପ୍ରକାଶ ଥାଉକି ଆମ ଫୁଲବାଣୀ ଜିଲ୍ଲା ପ୍ରତିନିଧି ରାଧାମୋହନ ମହାପାତ୍ର ଜିଲ୍ଲା ମହୋତ୍ସବ ଏବଂ ଅନ୍ୟାନ୍ୟ ମହୋତ୍ସବ ପାଇଁ ଫଟୋ ନ୍ୟୁଜ ଟାଇମସ୍ ରୁ କିଛି ଦିନ ପାଇଁ ନିଜକୁ ଦୁରେଇ ରଖିଛନ୍ତି। ସେଥିପାଇଁ ଆମ ଅନୁଷ୍ଠାନ ଏହି ନ୍ୟୁଜ ର ଗୁରୁତ୍ଵକୁ ନେଇ ଅନ୍ୟ ଜିଲ୍ଲା ସାମ୍ବାଦିକ ମାନଙ୍କ ତଦାରଖରେ ଏହା ପ୍ରସାରଣ କରୁଅଛୁ।
ଏଠାରେ ପ୍ରକାଶ ଥାଉକି ବାଙ୍କୀ ମହୋତ୍ସବରେ କିଛି ବର୍ଷ ତଳେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଅନୈତିକ ଉପାୟରେ ଅର୍ଥ ସଂଗ୍ରହ କରିଥିବା ଏବଂ ଅଡିଟ ନ କରାଇଥିବା ଅଭିଯୋଗ ଯୋଗୁଁ ବହୁଦିନ ଜେଲ ଯାଇଥିଲେ ଏବଂ ସେ ସମୟର କିଛି ଅଫିସର ମଧ୍ୟ ତଦନ୍ତର ସମୂଖୀନ ହୋଇଥିଲେ।