ଶିଶୁ ମହୋତ୍ସବ ସୁରଭି

ଟିଟିଲାଗଡ଼ ବ୍ଲକ୍ ଅନ୍ତର୍ଗତ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ରେ ସଂଯୋଜକ ଶ୍ରୀ ଗୋପାଳ ସିଂହ ସୁନା ଙ୍କ ତତ୍ବାବଧାନରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ କାର୍ଯ୍ୟକ୍ରମ ରେ ବିଜେପୁର ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର/ଛାତ୍ରୀ ବିଭିନ୍ନ ପ୍ରତିଯୋଗୀତା ରେ ଭାଗ ନେଇ ନିଜ ନିଜ ପ୍ରତିଭା ଦେଖାଇଥିଲେ l

ବିଶେଷ ଭାବେ ଆକର୍ଷଣ ଥିଲା FLN ସ୍ତର ର ଛାତ୍ର /ଛାତ୍ରୀ ଙ୍କ ପ୍ରତିଯୋଗୀତା ଓ ସେମାନଙ୍କ ଅଂଶ ଗ୍ରହଣ କାରଣ କୁନି କୁନି ଛାତ୍ର/ଛାତ୍ରୀ ମାନଙ୍କ ପାଇଁ ଗଣିତ କୁଇଜ୍ , ଗଣିତ ଦୌଡ଼ , ଚିତ୍ରାଙ୍କନ ଓ ଗଳ୍ପକଥନ ଭଳି ବିଭିନ୍ନ ପ୍ରତିଯୋଗୀତା ଥିଲା l ଏହି ସୁରଭି କାର୍ଯ୍ୟକ୍ରମ ରେ ବିଭିନ୍ନ ଛାତ୍ର/ ଛାତ୍ରୀ ଅଂଶଗ୍ରହଣ କରିଥିଲେ ଓ କୃତି ଛାତ୍ର/ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ଦିବ୍ୟାଙ୍ଗ ଛାତ୍ର/ଛାତ୍ରୀ ଙ୍କୁ ଆଉ ପ୍ରେରଣା ଦେବା ପାଇଁ କୃତି ଛାତ୍ର/ଛାତ୍ରୀ ଙ୍କୁ ଅତି ସୁନ୍ଦର ଉପହାର ପ୍ରମାଣ ପତ୍ର ସହିତ ଆୟୋଜକ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଗୋପାଳ ସିଂହ ସୁନା ପ୍ରଦାନ କରିଥିଲେ l


ଏହି କାର୍ଯ୍ୟକ୍ରମ ରେ ସନ୍ତୋଷ ମେହେର ମୁଖ୍ୟ ଅତିଥି , ଭରତ ମାଝୀ ଓ ଭୂପେନ୍ଦ୍ର ସାଗର ସମ୍ମାନୀୟ ଅତିଥି , ଦ୍ରୋଣ ତାଣ୍ଡି ସଭାପତି ଙ୍କ ସହ ଅନୋଲା ହୋରୋ , ମମତା ମାଝୀ , ସତ୍ୟଜିତ ପାତ୍ର, ସୁରେନ୍ଦ୍ର ବିଭାର , ସୁଜାତା ଦାସ , ମନୋଜ ପ୍ରଧାନ , କେଶବ ଜାନି , ମୋହିତ ଜାନି , ସୁଶାନ୍ତ ସୁନା , ଓ ଭାସ୍କର ଭରାସାଗର ଙ୍କ ସହିତ ଅନେକ ଶିକ୍ଷକ/ଶିକ୍ଷୟିତ୍ରୀ ଥିବା ସହିତ ବିଚାରକ ମଣ୍ଡଳୀ ରେ ରେବତୀ ନାଗ , ହରିଶଙ୍କର ନାଗ , ନିକିତା ଭୋଇ ଓ ରୋମାଲି ବହିଦାର ଉପସ୍ଥିତ ରହି ନିଜ କାର୍ଯ୍ୟ କୁ ସଠିକ୍ ରୂପେ ସମ୍ପାଦନ କରିଥିଲେ। ଯାହା ଫଳ ରେ ଅଭିଭାବକ ମହଲରେ ଆନନ୍ଦ ବାତାବରଣ ସୃଷ୍ଟି ହୋଇ ଛାତ୍ର/ଛାତ୍ରୀ ଏହି ସୁରଭି କାର୍ଯ୍ୟକ୍ରମ ଦ୍ଵାରା ପ୍ରେରଣା ପାଉଛନ୍ତି ବୋଲି ଆଲୋଚନା ହେଇଥିଲା l
ବଲାଙ୍ଗିର ଜିଲ୍ଲା ସ୍ତରୀୟ ସାମ୍ବାଦିକ ଗିରିଧାରୀ ମହାନନ୍ଦ ଙ୍କ ରିପୋର୍ଟ୍ , ଫଟୋ ନ୍ୟୁଜ ଟାଇମସ୍।

Leave a Reply

Your email address will not be published. Required fields are marked *