ଶେଷ ନିଶ୍ୱାସ ନେଉଛି ଲାଲ ସଙ୍ଘଠନ।

ପୋଲିସ ନିକଟରେ ଆତ୍ମ ସମର୍ପଣ କରୁଛି “ଲାଲ ସଙ୍ଘଠନ”।

ପୋଲିସ ନିକଟରେ ଆତ୍ମ ସମର୍ପଣ କରୁଛି “ଲାଲ ସଙ୍ଘଠନ”। ଶେଷ ନିଶ୍ୱାସ ନେଉଛି ଲାଲ ସଙ୍ଘଠନ। କିଏ ଯବାନ ଙ୍କ ଗୁଳିରେ ନିହତ ହେଉଛି ତ ପୁଣି କିଏ  ଯବାନଙ୍କ ଜୋରଦାର କୁମ୍ବିଙ୍ଗ ଅପରେସନ ଚାଲୁଥିବା ଦେଖି  ନିଜକୁ ପୋଲିସ ନିକଟରେ ଆତ୍ମ ସମର୍ପଣ କରୁଛି।  ହଁ ଦର୍ଶକ ବନ୍ଧୁ ପୁଣି ଲାଲଗଡ଼କୁ ତ୍ୟାଗ କରି ମୁଖ୍ୟ ଶ୍ରତ କୁ ଫେରିଲେ 19 ଜଣ କୁଖ୍ୟାତ ନକ୍ସଲ ।  ସୁରକ୍ଷା କର୍ମୀଙ୍କୁ ମିଳିଲା ବଡ ସଫଳତା । ଖବର ମୁତାବକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ପୋଲିସ ଓ ସିଆରପିଏଫ ର ବରିଷ୍ଟ ଅଧିକାରୀଙ୍କ ପାଖରେ ଆଜି 28 ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା ହୋଇଥିବା 19 ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଆତ୍ମ ସମର୍ପଣ କରିଥିବା ସମସ୍ତ ମାଓବାଦୀ ମାନେ ଆନ୍ଧ୍ର ଓଡିଶା ବୋର୍ଡର ପାମେଡ ଏରିଆ କମିଟିର ସଦସ୍ୟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ପିଏଲଜିଏ କମାଣ୍ଡର  ଦେବା ପଦମ ଭଳି ହାର୍ଡଖୋର ମାଓ ନେତା ରହିଛି ଯାହାର ମୁଣ୍ଡ ଉପରେ ସରକାର ଆଠ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା କରିଥିଲେ । ବିଶେଷ କରି ଯବାନ ମାନଙ୍କ କୁମ୍ବିଙ୍ଗ ଅପରେସନ କଠୋର ହେଉଥିବା ବେଳେ ମାଓବାଦୀଙ୍କ ମଧ୍ୟରେ ଏବେ ଛନକା ପଶିଛି ଯାହାକୁ ଦେଖି ମାଓ ନେତା ମାନେ ନିଜ ଜୀବନ ବଞ୍ଚେଇବା ଲାଗି ପୋଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି । ତେବେ ଆଜି ଆତ୍ମସମର୍ପଣ କରିଥିବା ଏହି ସମସ୍ତ 19 ଜଣ ମାଓବାଦୀଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ବିଜାପୁର ପୋଲିସ ପକ୍ଷରୁ କୁହାଯାଇଛି । ମାଲକାନଗିରି ଜିଲ୍ଲାରୁ ବାଦଲ ବିଶ୍ଵାଳଙ୍କ ରିପୋର୍ଟ୍ ( Photo News Times ) ।

Leave a Reply

Your email address will not be published. Required fields are marked *