ସଡ଼କ ଦୁର୍ଘଟଣାରେ ତିନି ମୃତ୍ୟୁ ଏକ ଗୁରୁତର

ସଡ଼କ ଦୁର୍ଘଟଣାରେ ତିନି ମୃତ୍ୟୁ ଏକ ଗୁରୁତର ଭାବେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।
“ଯାତ୍ରା ନାଟ ଦେଖା ଅନିଦ୍ରାରୁ ଦୁର୍ଘଟଣା ଗ୍ରସ୍ତ ସୂଚନା”
ରାୟଗଡ଼ା/ବିଷମକଟକ:୧୦/୦୩ ରିପୋର୍ଟ:ପ୍ରସାଦ ଲିମା। ବିଷମକଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ଗ୍ରାମପଞ୍ଚାୟତ ସଦର କୁନ୍ଦନ ପଦର ଛକ, ୩୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି।

୨ ବାଇକ ମୁହାଁମୁହିଁ ଧକ୍କା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ବଡ଼ ପୁଲିସି ଗ୍ରାମର ୨୭ ବର୍ଷୀୟ ଆକାଶ ମଣ୍ଡାଙ୍ଗିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ଗ୍ରାମପଞ୍ଚାୟତ ବୁରୁଜୁଗୁଡା ଗ୍ରାମର ବିରିସିଂ ହିକକା ଓ ରବି ପିରିପାକା ଙ୍କ ବିଷମକଟକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘିଟିବା ସୂଚନା ମିଳିଥିବା ବେଳେ ଗୁରତର ଅବସ୍ଥାରେ ଧନୁଞ୍ଜୟ ହିକକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରାୟଗଡା ରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ଦୁର୍ଗୀ ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ୮-୧୦ ଦିନ ଲାଗି ରହିଛି। ଯାତ୍ରା ରଙ୍ଗମଞ୍ଚ ନାଟ ଦେଖି ଗତ ରାତ୍ରି ପ୍ରାୟ ସାଢ଼େ ଗୋଟାଏ ରୁ ୨ ଘଣ୍ଟା ସମୟରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏସଂକ୍ରାନ୍ତରେ ବିଷମକଟକ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବିଷମକଟକ ଥାନା କେସ ନମ୍ବର ୪୦/୨୦୨୬ ରେ ଏମ ମାମଲା ରୁଜୁ କରି ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ବିଷମକଟକ ପଠାଇ ଥିବା ବେଳେ ଦୁର୍ଘଟଣା ସମ୍ପର୍କରେ ତନାଘନା ତଦନ୍ତ ଆରମ୍ଭ କରିଛି ।

୩ ଜଣଙ୍କ ମୃତ ଶରୀର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *