ସିପିଆଇ ଏମ୍.ଏଲ.ର ପ୍ରତିଷ୍ଠାତା କମ୍ରେଡ଼ ଚାରୁ ମଜୁମଦାରଙ୍କ ୫୩ତମ ସହିଦ ଦିବସ ରାୟଗଡା ଜିଲ୍ଲା ଠାରେ ପାଳିତ ହୋଇଅଛି। ଜୁଲାଇ ୨୮ ତାରିଖ ଦିନ କୋଲନରା ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିସା ବର୍ଡରତମ ଜରେଡି ପଞ୍ଚାୟତ ର ତଳ ସିକାବାଡି ଗାଁ ରେ ସିପିଆଇ (ଏମ୍ଏଲ) ଲିବରେସନ ପ୍ରତିଷ୍ଠାତା ଗରିବ ଆଦିବାସୀ ସାଧାରଣ ଲୋକଙ୍କ ମହାନ୍ ନେତା କମ୍ରେଡ ଚାରୁମଜୁମ ଦାର ଙ୍କ ୫୩ ତମ ଶହିଦ ଦିବସ ପାଳନ କରାଯାଇଛି l

ଚାରୁ ମଜୁମଦାର କଲିକତା ର ଦାର୍ଜିଲିଙ୍ଗ ଜିଲ୍ଲା ର ସିଲିଗୁଡି ନିକଟ ନକସଲବାଡି ଗାଁ କୃଷକ ଆନ୍ଦୋଳନ କରିବା ପରେ ସାରା ଦେଶରେ କୃଷକ ଆନ୍ଦୋଳନ ବଡିବାରେ ଲାଗିଲା। ସରକାର ଭୁସଂସ୍କାର ଆଇନ ପ୍ରଣୟନ କରି ଜମିଦାର ମାନଙ୍କୁ ସାହାଯ୍ୟ କଲେ। ଆଜି ପର୍ଯ୍ୟନ୍ତ ଭୁସଂସ୍କାର ର ଆଇନ କାର୍ଯ୍ୟକାରୀ କରାଗଲା ନାହିଁ। ଆଦିବାସୀ ମାନଙ୍କୁ ଜଗଂଲ ଜମିର ଅଧିକାର ଦିଆଗଲା ନାହିଁ। ଆଦିବାସୀ ମାନଙ୍କ ଦଖଲରେ ଥିବା ଜମି ପଟ୍ଟା ପ୍ରଦାନ କରାଗଲା ନାହିଁ। ସରକାର ଆଦିବାସୀ ମାନଙ୍କ ଜମିକୁ କର୍ପୋରେଟ ମାନଙ୍କୁ ଜମି ଦେବା ଓ କେନ୍ଦ୍ର ସରକାରଙ୍କ ର ଜନ ବିରୋଧି କର୍ପୋରେଟ ସପକ୍ଷ ନିତି ଓ ସାମ୍ପ୍ରଦାୟିକ ଫାଶୀବାଦ ବିରୁଦ୍ଧ ରେ ଜନ ଆନ୍ଦୋଳନ କରିଥିଲେ। ଓଡିଶା ରେ ନାରୀ ଅସୁରକ୍ଷିତ ବୋଲି ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ମତ ପ୍ରକାଶ କରିଛନ୍ତି।
ରାୟଗଡ଼ାରୁ ସାମ୍ବାଦିକ ସନ୍ତୋଷ ସାହୁଙ୍କ ରିପୋର୍ଟ।
