ସରକାର ବିଭିନ୍ନ କମ୍ପାନୀକୁ ବିଦ୍ୟୁତ ପରିଚାଳନା ଦାୟିତ୍ବ ଦେଇଛନ୍ତି।

ସରକାର ବିଭିନ୍ନ କମ୍ପାନୀକୁ ବିଦ୍ୟୁତ ପରିଚାଳନା ଦାୟିତ୍ବ ଦେଇଛନ୍ତି। ସେମାନଙ୍କ ଲାଭଖୋର ମନବୃତ୍ତି ଯୋଗୁଁ ବିଭିନ୍ନ ଶିଳ୍ପଅନୁଷ୍ଠାନ ମାନେ ଉତ୍ତମ ଗୁଣମାନର ଭୋଲଟେଜ୍ ପାଉଛନ୍ତି। ଚାଷୀକୂଳ କିନ୍ତୁ ଇଲେକ୍ଟ୍ରିଖୁଣ୍ଟ, ଟ୍ରାନ୍ସଫରମର ଦେଖୁଛନ୍ତି କିନ୍ତୁ ଲୋଭୋଲଟେଜ୍ ଯୋଗୁଁ ହନ୍ତଶନ୍ତ ହେଉଛନ୍ତି। ଏହା ହେଉଛି ଗ୍ରାଉଣ୍ଡ ଜିରୋରୁ ଫଟୋ ନ୍ୟୁଜ ଟାଇମସ୍ ର ରିପୋର୍ଟ୍। ଲୋଭୋଲଟେଜ୍ ସମସ୍ୟା ଯୋଗୁଁ ରାଇଘର ଉମରକୋଟ ମୁଖ୍ୟ ରାସ୍ତା ଅବରୋଧକୁ ଚବିଶି ଘଣ୍ଟାରୁ ଅଧିକ ବିତିଗଲାଣି କିନ୍ତୁ ସମାଧାନର ରାସ୍ତା ଫିଟୁନାହିଁ। ଚାଷୀ କୁଳ ରାତି ଉଜାଗର ରହି ରାସ୍ତା ରୋକ କରିଥିଲେ। ସକାଳୁ ଧୀରେ ଧୀରେ ଚାଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଓ ଉତ୍ତେଜନା ବଢୁଛି। ପୋଲିସ ପ୍ରଶାସନ ଟ୍ରାଫିକ ସମସ୍ୟା ଏଡାଇବା ଓ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ମୃତୟନ ରହିଛନ୍ତି। ଚାଷୀଙ୍କ ଜିଦହେଲା ବିଦ୍ୟୁତବ୍ୟବସ୍ଥା ସ୍ୱାଭାବିକ ହେବାପରେ ରାସ୍ତାରୋକରୁ ହଟିବେ, ପ୍ରତିଶୃତି ଦେଲେ ହଟିବେ ନାହିଁ।ଏହିଠାରେ ସୂଚନା ଯୋଗ୍ୟ ଯେ ଲୋ-ଭୋଲ୍ଟେଜ ଯୋଗୁଁ ଚାଷୀ ମାନେ ନିଜ ନିଜ ଚାଷ ଜମିକୁ ଜଳ ସେଚନ କରି ପାରୁ ନାହାଁନ୍ତି ଫଳରେ ଜମିରେ ଫସଲ କରିଥିବା ମକା ଓ ପନିପରିବା ଗଛ ଗୁଡିକ ପ୍ରବଳ ଗ୍ରୀଷ୍ମ ଯୋଗୁଁ ମରିଗଲାଣି ତେଣୁ ଚାଷୀ ମାନେ ମକାଗଛ ଧରି ଧାରଣାରେ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି।
ଦୀର୍ଘ ତିରିଶି ଘଣ୍ଟାର ଅବରୋଧ ପରେ ଚାଷୀ ହଟିଲେ ରାସ୍ତାରୁ, ଲୋଭଲ୍ଟେଜ ଓ ଅଘୋଷିତ ବିଜୁଳି କାଟ ପ୍ରତିବାଦରେ ଉମରକୋଟଠାରୁ ରାଇଘର ସଂଯୋଗ କରୁଥିବା ୪୦ ନମ୍ବର ରାଜ୍ୟ ରାଜପଥ କୁ ସରଗୁଲି ନିକଟରେ ଅବରୋଧ କରିଥିଲେ। ରାଇଘର ବିଡିଓ ଲକ୍ଷ୍ମୀ ସାଗର ମାଝୀ , ତହସିଲଦାର ରିତୁ ସିଂ, ଡିଏସପି ଆଦିତ୍ୟ ସେନ, ଏସଡିପିଓ ଶୁଭେନ୍ଦୁ ଶବର ଓ ବ୍ଲକ ଅଧକ୍ଷ ଗୁପ୍ତ ଝାଙ୍କରଙ୍କ ଉପସ୍ଥିତିରେ ସନ୍ଧ୍ୟାସୁଦ୍ଧା ସ୍ୱଭାବିକ ବିଦ୍ୟୁତ ପରିଚାଳନା ସହ ଚାଷୀଙ୍କ କ୍ଷତି ପୂରଣ ବାବଦରେ ଜିଲ୍ଲାପାଳଙ୍କୁ ଜଣାଇବାକୁ ପ୍ରତିଶୃତି ଦେବା ପରେ ରାସ୍ତା ରୋକରୁ ହଟିଥିଲେ ଚାଷୀ। ଆମ ନ୍ୟୁଜ ଚ୍ୟାନେଲର ସର୍ବେ ରିପୋର୍ଟ୍ ହେଉଛି ଯେ ଏହି ସମସ୍ୟା ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଘଟୁଛି। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି।
ନବରଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ଉପେନ୍ଦ୍ର ଡୋଙ୍ଗରିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *