ସାତଦିନ ହେଲା ଅନ୍ଧାର, ଲୋକେ ସହି ନପାରି ଓହ୍ଲାଇଲେ ରାଜରାସ୍ତାକୁ। ରାୟଗଡା ଜିଲ୍ଲା ରାମନାଗୁଡ଼ାବ୍ଲକ ଗୋଗୁପାଡୁ ପଂଚାୟତର ଆଡମଗୁଡା ଗ୍ରାମରେ ଦୀର୍ଘ ସାତଦିନ ଧରି ବିଦ୍ୟୁତ ସରବରାହ ନଥିଲା।

ସହଜେ ବର୍ଷା କାଳ,ଲୋକେ ନାହିଁ ନ ଥିବା ଅବସ୍ଥା ଭୋଗିଲେ।ଶେଷରେ ସହିବାର ସୀମା ଟପିଯିବାରୁ ଗ୍ରାମବାସୀମାନେ ଏକ ହୋଇ ରାମନାଗୁଡ଼ା ବିଦ୍ୟୁତ ଅଫିସ ସାମ୍ନାରେ ଧାରଣା ଦେଇଥିଲେ।ଏହି ଖବରପାଇ ଜିଲ୍ଲାପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର,ବ୍ଲକ କଂଗ୍ରେସ ସଭାପତି ବାଞ୍ଛାନିଧି ବେହେରା,ଯୁବନେତା ପିଙ୍କୁ ଲାବଲା,ରଞ୍ଜିତ ନାୟକ ବେହେରା ପ୍ରଭୃତି ଆସି ଗ୍ରାମବାସୀଙ୍କୁ ସମର୍ଥନ କରି ଧାରଣାରେ ବସିଥିଲେ।

କନିଷ୍ଠଯନ୍ତ୍ରୀ ବାସୁଦେବ ପଣ୍ଡା ଆସି ଲୋକଙ୍କ ସହ କଥାବାର୍ତ୍ତା କରି କହିଥିଲେ ଯେ,ସେ ଗତକାଲି ଅର୍ଥାତ ୧୦ ସେପ୍ଟେମ୍ବରରେ ଜଇନ କରିଛନ୍ତି। ତଥାପି ଆଜି ସନ୍ଧ୍ୟା ସୁଦ୍ଧା ଆପଣଙ୍କ ଗାଁ ଆଡମଗୁଡାକୁ ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରିବି। ଏଭଳି ପ୍ରତିଶୃତିପରେ ଗ୍ରାମବାସୀ ଧାରଣାରୁ ଉଠିଥିଲେ।ଆଡମଗୁଡା ନିବାସୀ ତଥା ବରିଷ୍ଠ କଂଗ୍ରେସ ନେତା ଶୁକଦେବ ମାଣ୍ଡାଙ୍ଗିଙ୍କ ନେତୃତ୍ୱରେ ଗ୍ରାମବାସୀ ଆସିଥିଲେ।ଏହି ଧାରଣା ଓ ସମାଧାନ ପରେ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ଭୁୟସୀ ପ୍ରଶଂସା କରିଛନ୍ତି।
ଗୁଣପୁର ରୁ ହୃଷିକେଶ ପାତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
